ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାକୁ ନେଇ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ପୁଲିସ ପକ୍ଷରୁ ଆଗକୁ ଆସୁଥିବା ପ୍ରଭୁ ଜଗନ୍ନାଥଙ୍କ ପର୍ବ କୁ ନେଇ ଆଜି ଥାନା ପରିସରରେ ବୀରମିତ୍ରପୁର ଥାନା ଆଇଆଇସି ବନ୍ଧନା ପାତ୍ରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ବୀରମିତ୍ରପୁର ଏସ ଡି ପି ଓ ସୁଶାନ୍ତ କୁମାର ଦାସ, ବୀରମିତ୍ରପୁର ତହସିଲଦାର ଗୌରୀ ନାଇକ, ବୀରମିତ୍ରପୁର ଉପ ପୌରାଧ୍ୟକ୍ଷ ନିବେଦିତା ବାଗେ, ଏସ୍ ଆଇ ନିରୁପମା ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ ! ଚଳିତ ମାସ ରେ ହେବାକୁ ଥିବା ଜଗନ୍ନାଥଙ୍କ ପର୍ବ ରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜୁ ସେଥିପାଇଁ ବିସ୍ତୃତ ଭାବେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା ! ଏହା ସହ ଆଗକୁ ସହରରେ ସମସ୍ତ ପର୍ବପର୍ବାଣୀ ରେ ଶାନ୍ତି କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁ ରୂପେ ତୁଲାଇବା ପାଇଁ ଆଶ୍ୱାସନା ଦେଇଥିଲେ !ବୀରମିତ୍ରପୁର ଥାନା ଅଧିକାରୀ ଏସ ଆଇ ନିରୁପମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ଶାନ୍ତି କମିଟି ବୈଠକରେ ଅବଦୁଲ୍ଲା ଖାଁ, କମଳେଶ ସିଂ, ମହମ୍ମଦ ଖୟାରୁ, ଏମଡି ଆଫ୍ରୋଜ, ବିକ୍ରମ ପଟ୍ଟନାୟକ, ଜଗଦୀଶ ପ୍ରସାଦ ଅଗ୍ରୱାଲ, ମାନସ ନନ୍ଦ, ଅନିଲ ବେହେରା, ବାସୁଦେବ ନାଏକଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ !

nis-ad
Leave A Reply

Your email address will not be published.