ନିସର୍ତ୍ତ ପୂର୍ବରୁ ଖବର ପ୍ରକାଶ କରିଥିଲା ଆଜି ପୋଲିସ ତାହା କରି ଦେଖାଇଲା…

ଜରଡ଼ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ୨୪ ଜୁଆଡ଼ି ଗିରଫ…….


ପାତ୍ରପୁର : ୪-୭ ପାତ୍ରପୁର ବ୍ଲକ୍ ର ସପଙ୍ଗ ଗ୍ରାମର ମଶାଣୀ ପଡିଆ ପାଲଟି ଯାଇଥିଲା ଜୁଆ ଆଡ୍ଡା। ଗ୍ରାମର ଯୁବ ପିଢ଼ି ବର୍ତ୍ତମାନ ଜୁଆ ଖେଳ ରେ ମାତିଛନ୍ତି।ବ୍ୟାପକ ଭାବେ ଖେଳ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥଲେ। ବର୍ତ୍ତମାନ ଏହି ଅଞ୍ଚାଳ ରେ ପେଶାଦାର ଜୁଆ ଖେଳାଳୀ ମାନେ ଦୀର୍ଘ ବର୍ଷ ହେଲା ଜୁଆ ଖେଳ ଲଗାଇ ରୋଜଗାର କରି ଆସୁଥିଲେ। ଏଥିରେ କିଛି ପୋଲିସ ବାବୁ ଓ କର୍ମଚାରୀ ସଂପୃକ୍ତ ଅଛନ୍ତି ବୋଲି ଜଣା ପଡ଼ିଛି। ଜରଡା ଥାନା ଅନ୍ତର୍ଗତ ସପଙ୍ଗ ଗ୍ରାମରେ ଥିବା ମଶାଣୀ ପଡ଼ିଆରେ ଜୁଆ ଖେଳରେ ବ୍ରହ୍ମପୁର ପୋଲିସ ସ୍ପେସିଆଲ ସ୍କାଡ୍ ଚଢ଼ାଉ କରି ୨୪ ଜଣକୁ ଗିରଫ କରିଛନ୍ତି l ଚୋରା ବାଲି, ମଦ, କାଠ ଜୁଆ ଆଡ୍ଡାକୁ ଚଳାଉ ଥିଲେ ଆଗ ଧାଡ଼ିର ଅପରାଧ ତତ୍ତ୍ଵମାନେ ଆନ୍ଧ୍ର ପ୍ରଦେଶ ବ୍ରହ୍ମପୁର ଅଞ୍ଚଳ ରୁ ଜୁଆ ଖେଳାଳୀ ଆସି ଲକ୍ଷ ଲକ୍ଷ ଟଙ୍କା ବାଜି ମାରୁଥିଲେ ବୋଲି ଜଣା ପଡିଛି। ସେମାନଙ୍କ ଠାରୁ ୧ଲକ୍ଷ ୭୦ ହଜାର ଟଙ୍କା , ୧୧ଟି ବାଇକ୍ ଓ ମୋବାଇଲ ଫୋନ୍ ଜବତ୍ ହୋଇଛି l ବହୁ ଅପରାଧିକ ଥିବା ପ୍ରଦୀପ ପ୍ରଧାନ ଓରଫ ଚଗଲା ଏହି ଜୁଆ ଖେଳର ମାଷ୍ଟେର ମାଇଣ୍ଡ ବୋଲି ପୋଲିସ କହିଛନ୍ତି l ସେଠାରେ ରାତିସାରା ଖେଳ ଚାଲୁଥିଲା। ଏହି ଆଡ୍ଡା ରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ର ବ୍ୟବସ୍ଥା ମଧ୍ୟ ଆୟୋଜନ କରୁଥିଲେ ଆଡ୍ଡାର ଲିଡର ମାନେ। ସପଙ୍ଗ ଗ୍ରାମରେ କଛି ପେଶାଦାର ଅପରାଧୀ ଜୁଆ ଖେଳ ଚଳାଉଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ସେମାନଙ୍କ ପ୍ରତି ବିଶେଷ କିଛି କର୍ଯ୍ୟାନୁଷ୍ଠାନ କରିଥିଲେ ବି କିଛି ବାବୁ ଓ କର୍ମଚାରୀ ଙ୍କ ଆଶୀର୍ବାଦ ଥିବା ଯୋଗୁଁ ଦୀର୍ଘ ବର୍ଷହେଲା ବର୍ଷତମାମ ଏଠାରେ ଜୁଆ ଖେଳ ଚାଲିଥିଲା।ବ୍ରହ୍ମପୁର ଏସ.ପି ଙ୍କ ପାଖରେ ଖବର ପହଞ୍ଚିବା ପରେ ଗତ କାଲି ସଂଧ୍ୟାରେ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେସାଲ ସ୍କାଡ ଜୁଆଡି ସାଜି ସେଠାକୁ ଖେଳିବାକୁ ଯାଇଥିଲେ। ଏହି ସ୍କ୍ୱାର୍ଡରେ ଥିବା ଅନ୍ୟ ପୋଲିସ ଅଧିକାରୀ ମାନେ ଫୋନ ଟ୍ରାକିଙ୍ଗ କରି ସେଠାରେ ପହଂଚି ଜୁଆ ଖେଳ ଚାରିପଟେ ଘେରାଉ କରିଥଲେ l ଯାହା ଫଳରେ ପୋଲିସ ଜୁଆଡି ମନଙ୍କୁ ଧରିବାରେ ସକ୍ଷମ ହୋଇପାରିଛି। ପେଶାଦାର ଅପରାଧି ମାନେ ଜୁଆ ରେ ସର୍ବ ସ୍ଵନ୍ତ ହେବା ପରେ ବିଭିନ୍ନ ଅପରାଧ କାର୍ଯ୍ୟ ରେ ଲିପ୍ତ ହେଉ ଥିଲେ। ଯେପରିକି ଗଞ୍ଜେଇ, ମଦ କାଠ ଚାଲାଣ, ଚୋରୀ ଡ଼କାୟତି ଇତ୍ୟାଦି ଆଉ କିଛି ସର୍ବସ୍ୱାନ୍ତ୍ ହେବା ପରେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଜରଡ଼ ଥାନା ଇଲାକା ରେ ଥିବା ଚୋରା ବାଟ ଦେଇ ବିଦେଶୀ ଦେଶୀ ମଦ ଅବାଧ ରେ ମଧ୍ୟ ଚାଲାଣ ହେଉଛି। ନିର୍ବାଚନ ବେଳେ ନିସର୍ତ୍ତ ରେ ଖବର ପ୍ରକାଶ ପରେ ଏ.ସପି ଗୁପ୍ତ ଗୋଦାମ କୁ ଠାବ କରି ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ପେଟି ପେଟି ଜବତ କରିଥିଲେ।

nis-ad
Leave A Reply

Your email address will not be published.