ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ହିଞ୍ଜିଳିକାଟୁ ୩୦/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୨ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ, ଲକ୍ଷ୍ମୀ ନୃସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ସୁଯୋଗ ନେଇ କେତେଜଣ ଅସାମାଜିକ ବ୍ୟକ୍ତି ସ୍କୁଲ ପରିସରରେ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ସେବନ କରୁଛନ୍ତି। ହେଲେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି।
ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପଛୁଆବର୍ଗ ପିଲାମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ନୃସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ, ଲକ୍ଷ୍ମୀ ନୃସିଂହ କଳାମନ୍ଦିର ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଅଭିମୁଖୀ କରାଇବା ସହ ନୂତନ ଜ୍ଞାନ କୌଶଳରେ ପାଠ ପଢାଇବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସ୍କୁଲରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ସ୍କୁଲଟିରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୧୪ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସ୍ଥାନୀୟ ଶିଶୁମାନଙ୍କ ପାଇଁ ସ୍କୁଲ ପରିସରରେ ଅଙ୍ଗନଓ୍ବାଡ଼ି ଗୃହରହିଛି ଓ ମିଶନ ଶକ୍ତି ଗୃହ ନିର୍ମାଣ ଅଧପନ୍ତରିଆ ଭାବେ ପଡି ରହିଛି । ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ପରିସରରେ ଲକ୍ଷ୍ମୀ ନୃସିଂହ ବିଦ୍ୟାଳୟ ରେ ଦୁଇଜଣ ଶିକ୍ଷକ ଥୁବା ବେଳେ ସେଥୁରୁ ଜଣେ ସ୍ଥାୟୀ ଶିକ୍ଷକ ଓ ଅନ୍ୟ ଜଣେ ଡେପୁଟେସନ ରେ ଅଛନ୍ତି ତାଙ୍କର କାର୍ଯ୍ୟକାଳ ଆଊ ଦୁଇ ମାସ ପରେ ଅବସର ନେବେ ।

ସ୍କୁଲର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ ହୋଇଛି କିନ୍ତୁ ସେହି ସ୍କୁଲ ଗେଟ୍ ପରିଷର ଦେଇ ସାହି ବାସିନ୍ଦା ଯିବା ଆସିବା ରାସ୍ତାରେ ପରିଣତ କରିଛନ୍ତି। ବିଦ୍ୟାଳୟ ଗେଟ ତାଲା ନପଡିବାରୁ ଅସାମାଜିକ ବ୍ୟକ୍ତିମାନେ ଅର୍ଦ୍ଧ ନିର୍ମିତ ଅଙ୍ଗନଓ୍ବାଡି ଘରେ ବସି ମଦ ଗଞ୍ଜେଇ ଓ ବ୍ରାଉନସଗୁର ଆଦି ମାଦକ ଦ୍ରବ୍ୟ ସେବନ କରିବା ସହ ଅସାମାଜିକ କାର୍ଯ୍ୟ କରିବା ପାଇଁ ମେଳି ବାନ୍ଧୁଛନ୍ତି ଓ ବିଦ୍ୟାଳୟ ପରିଷର ବିଭିନ୍ନ ସ୍ଥାନରେ ମଦ ଵୋତଲ,ଅଇଁଠା ଖାଲି,ପାଣି ବୋତଲ,କୋଲ୍ଡଡ଼୍ରିଙ୍କ ବୋତଲ,ଖଣ୍ଡିଆ ବିଡ଼ିଓ ସିଗାରେଟ ପଡି ରହୁଛି। ଏପରି କି ସ୍କୁଲ କବାଟ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀଛାତ୍ରମାନଙ୍କ ବ୍ୟବହାର ନିମନ୍ତେ ନଳକୂଅଟିଏ ଖୋଳା ଯାଇଥିଲେ ମଧ୍ୟ ସେହି ପାଣି ପିଇବା ସମ୍ଭବ ହେଉ ନାହିଁ । ଏପରି ସମସ୍ୟା ବାବଦରେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ଅଭିଯୋଗ କରିବାକୁ ଭୟ କରୁଥିଲେ ମଧ୍ୟ ଗୋଷ୍ଟିଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଏହି ସଵୁ ଅସାମାଜିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ମଦ୍ୟପ ମାନେ ଏଠାରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ବସି ରହି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ‌। ମଦୂଆଙ୍କ ଭିଡ ଦେଖିବାକୁ ମିଳିଛି ଓ ଜୁଆଡିଙ୍କ ଅଡା ପାଲଟିଛି।ସ୍କୁଲର ସୁରକ୍ଷା ଓ ଛାତ୍ରୀଛାତ୍ରଙ୍କ ସମସ୍ତ ଅସୁବିଧାକୁ ଶୀଘ୍ର ପୂରଣ କରିବା ପାଇଁ ଦାବି କରିଛନ୍ତି ଲକ୍ଷ୍ମୀ ନୃସିଂହ କଳାମନ୍ଦିର ର ଅଭିଭାବକ ଵୃନ୍ଦ‌। ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାଵି ହୋଇଛି।

nis-ad
Leave A Reply

Your email address will not be published.