ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ସୃଜନ ସାହିତ୍ୟ ଆସର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ସୃଜନ ସାହିତ୍ୟ ଆସର ଗୋଛାପଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସାହିତ୍ୟ ଆଲୋଚନା ଓ କବିତା ପାଠ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ବନବିହାରୀ ନନ୍ଦ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଗୋଛାପଡାର ବିଶିଷ୍ଠ ସାହିତ୍ୟିକ ଶେଖ କୁରେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ବିଶିଷ୍ଠ ସାହିତ୍ୟିକ ଡାକ୍ତର ନିରଦ ଚନ୍ଦ୍ର କହଁର ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥିର ଭୂମିକା ନିର୍ବାହ କରିଥିଲେ l କନ୍ଧମାଳର ସାରସ୍ୱତ ପ୍ରତିଭା ତଥା ବରିଷ୍ଠ କବି ବିଦେଶୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟକୁ ଭଲ ପାଇବାକୁ ଆହ୍ୱାନ ଦେଇଥିଲେ l ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର, ଅଧ୍ୟାପିକା ହରପ୍ରିୟା ମିଶ୍ର, କବି ବି କେ କମଳଙ୍କ ସଂଯୋଜନାରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ କବି ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ସାମ୍ମୁଖ୍ୟର ସହ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ଧଳ ମଞ୍ଚ ସଂଚାଳନ କରିଥିଲା ବେଳେ ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କବିତା ଆସରରେ ଗୋଛାପଡା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜର ସ୍ୱରଚିତ କବିତା ପାଠ କରିଥିଲା ବେଳେ ବର୍ଷିଆନ କବି ଦୁର୍ଯ୍ୟୋଧନ ପ୍ରଧାନ, ସୋମନାଥ ସାହୁ, ଲିଙ୍ଗରାଜ ହୋତା ,ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, ଲକ୍ଷ୍ମଣ ରଣା, କେମ ଦିଗାଲ, ସାରସ୍ୱତ କଁହର, ଅର୍ଜୁନ କହଁର, ନିରୁପମା ମଣ୍ଡଳ, ପୁଷ୍ପାଞ୍ଜକି ଦିଗାଲ, ବନିତା ପଟ୍ଟନାୟକ, ଉତ୍ପଳ କୁମଇ ସାହୁ, ଗୋକୁଳାନନ୍ଦ କଁହର , ରାଜପତି କହଁର, କୃଷ୍ଣଚନ୍ଦ୍ର ମହାକୁଡ଼, ସତ୍ୟବ୍ରତ ଦିଗାଲ, ପ୍ରିୟବ୍ରତ ବେହେରା ପ୍ରମୁଖ କବି ସ୍ୱ ରଚିତ ଆବୃତ୍ତି କରିଥିଲେ l ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.