କାର୍ଯ୍ୟ ରତ ପୋଲିସ କର୍ମଚାରୀ ଙ୍କ ଗାଡିଧକ୍କା ରେ ମୃତ୍ୟୁ…

ମାଲକାନଗିରି : ଗତକାଲି ଭୁବନେଶ୍ୱର ରେ କାର୍ଯ୍ୟରତ ପୋଲିସଙ୍କ ମୃତ୍ୟୁ ହୋଇଛି । ସୂଚନାରୁ ପ୍ରକାଶ ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକ ଅନ୍ତର୍ଗତ ନନ୍ଦିନୀଗୁଡ଼ାରେ । ମଧୁସୂଦନ ୨୦୧୩ମସିହାରେ ପୋଲିସ ରେ ଯୋଗଦେଇ ଥିଲେ ପରେ ପରେ ସେ ଭୁବନେଶ୍ୱର କୁ ବଦଳି ହୋଇ ସେଠାରେ ଟ୍ରାଫିକ ପୋଲିସ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ଏହି ଖବର ଶୁଣି ପରିବାର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି। ଆଜି ତାଙ୍କ ମୃତ ଶରୀର କୁ ପୈତୃକ ଗ୍ରାମ କୁ ଅଣା ଯିବାର ବ୍ୟବସ୍ଥା କରାଯିବା ସହ ଶେଷ ଦର୍ଶନ ପାଇଁ ଗ୍ରାମବାସୀ ଅପେକ୍ଷା କରି ରହିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.