ନୂଆଦିଲ୍ଲୀ ଠାରେ “ଏସୟୁଜେ ଓଡ଼ିଶା” ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ…

ସାମ୍ବାଦିକ ମାନଙ୍କ ର ପ୍ରମୁଖ ଦାବି ନେଇ କଲେ ଆଲୋଚନା…

ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ “ଏସୟୁଜେ ଓଡ଼ିଶା” ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ସାମ୍ବାଦିକ ମାନଙ୍କ ର ପ୍ରମୁଖ ଦାବି ଯଥା:- ବରିଷ୍ଠ ସାମ୍ବାଦିକ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ର ପେନସନ ଏବଂ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ୨୦ ହଜାର ଟଙ୍କା ର ଭତ୍ତା ପ୍ରଦାନ, ଭୁବନେଶ୍ୱର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ପ୍ରତିଷ୍ଠା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ବାପା ଓ ମାଆ ଙ୍କୁ ସାମିଲ ,ଏହି ଯୋଜନାର ସମସ୍ତ ସାମ୍ବାଦିକ ଙ୍କୁ ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ ର ମାନ୍ୟତା , ରାଜ୍ୟ ସରକାର ଏକ ବୃହତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ଇତ୍ୟାଦି ଦାବି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଶ୍ରୀ ପାଢ଼ୀ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ / ସଦସ୍ୟା ଙ୍କୁ ଉପରୋକ୍ତ ସମସ୍ୟା ନେଇ ଆଲୋଚନା କରିଥିଲେ। ରାଜ୍ୟ ସଭାପତି କୈଳାଶ ନାୟକ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ଙ୍କୁ ସଙ୍ଘ ତରଫ ରୁ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ସାଧୁବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.