କନ୍ଧମାଳ ସର୍ଗିଫୁଲ ମହିଳା ସଂଘର ବାର୍ଷିକ ସାଧାରଣ ବୈଠକ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସର୍ଗିଫୁଲ ମହିଳା ସଂଘ ତରଫରୁ ଖଜୁରୀପଡ଼ା ଗୋଦାମ ଗୃହ ଠାରେ ଆଜି ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖଜୁରୀପଡା ସରପଞ୍ଚ ଶ୍ରୀମତୀ ମନୋରଞନୀ ଜାନୀ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ ବିପିଏମ ସନାତନ ମଳିକ ପ୍ରମୁଖ ଯୋଗଦେଇ ଥିଲେ । ମ୍ୟାନେଜର ସୁଭଦ୍ରା ଭୁୟାଁ ବୈଠକ ପରିଚାଳନା କରିବା ସହିତ ଗତ ବର୍ଷ ର ବାର୍ଷିକ ବିବରଣୀ ପଠନ କରିଥିଲେ । ସର୍ଗିଫୁଲ ମହିଳା ସଂଘ କିପରି ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ବିକାଶ କରି ଲଘୁବନ ଜାତ ଦ୍ରବ୍ଯ ସଂଗ୍ରହ କାରୀ ମାନଙ୍କର ବିକ୍ରି କରିବାରେ ସାହାର୍ଯ୍ୟ କରିବା ସହିତ ଉଚିତ୍ ମୂଲ୍ୟ ଓ ସ୍ଥିର ଦରଦାମ୍ ପାଇ ପାରିବେ ସେଥିପାଇଁ ଏହି ସଂଘଟି ସଦାସର୍ବଦା କାର୍ଯ୍ୟ କରିବ । ତଦ୍ ସହିତ ୨୦୨୩-୨୪ ଆର୍ଥିକ ବର୍ଷରେ କ’ଣ କ’ଣ କରିଛନ୍ତି ତା’ର ସମୀକ୍ଷା କରା ଯାଇ ଭବିଷ୍ୟତରେ ସଂଘ ଅଧିକରୁ ଅଧିକ କିପରି ଉନ୍ନତି ହେବ ସେଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟ କରିବେ ତା’ର ପ୍ରସ୍ତୁତି କରାଯାଇଥିଲା । ଶେଷରେ ନୂତନ ବୋର୍ଡ ଗଠନ କରାଯାଇଥିଲା ସଭାପତି ଭାବେ ରଶ୍ମିତା ମଳିକ ଓ ସମ୍ପାଦିକା ସବିତା ମଳିକ ଙ୍କୁ ଚୟନ କରାଯାଇଥିଲା । ଏଥିରେ ସହଯୋଗୀ ବସୁନ୍ଧରା ଅନୁଷ୍ଠାନର କର୍ମକର୍ତ୍ତା ସମେତ ଦଳପଡା ଏମ୍ ବି କେ ଦୀପ୍ତିମୟୀ ମଳିକ ଓ ଖଜୁରୀପଡ଼ା , ଫୁଲବାଣୀ, ଚକାପାଦ ବ୍ଲକର ସ୍ଵୟଂ ସହାୟିକା ଗୋଷ୍ଠୀ ତଥା ସର୍ଗିଫୁଲ ମହିଳା ସଂଘ ସଦସ୍ୟ ସଦସ୍ୟା ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ।

nis-ad
Leave A Reply

Your email address will not be published.