ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର

ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଏକ ସାମୁହିକ ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା ଶିବିର ସ୍ଥାନୀୟ ବିଶିପଡା ସଦର ଥାନା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ ଜିଲ୍ଳାରେ ଚାଲିଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ଦ୍ୱାରା କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ମାନଙ୍କୁ ଚିହ୍ନଟ କରିବା ପାଇଁ ଗୋଷ୍ଠି ସ୍ତରରେ ସାମୁହିକ ରକ୍ତ ପରିକ୍ଷା କରାଯାଉଛି । ବିସିପଡା ସଦର ଥାନାର ଆରକ୍ଷି ନିରିକ୍ଷକ ଶିତାଂଶୁ ଶେଖର ମାନ୍ଧାତା ଓ ସହକାରି ପୋଲିସ୍ ଅଧିକାରୀ ନମ୍ନା କୁମାର ଶ୍ରେଷ୍ଟ ଏବଂ ମନୋଜ କୁମାର ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିର ରେ ତିନି ପ୍ରକାର ଯଥା- ହେପାଟାଇଟିସ୍-ବି, ହେପାଟାଇଟିସ୍-ସି ଓ ଏଚ୍.ଆ.ଇ.ଭି. ପାଇଁ ନମୁନା ସଂଗ୍ରହ କରି ପରିକ୍ଷା କରାଯାଇଥିବା ବେଳେ ଯକ୍ଷ୍ମା ରୋଗ ଚିହ୍ନଟିକରଣ କରିବା ପାଇଁ ମଧ୍ୟ ଜିଲ୍ଲା ଏନ୍.ଟି.ଇ.ପି. କାର୍ଯ୍ୟକ୍ରମ ଦ୍ୱାରା ଚେଷ୍ଟା କରାଯାଇଥିଲା । ମୋଟ ଭାବରେ ୪୦ ଜଣଙ୍କ ରକ୍ତ ନାମୁନା ସଂଗ୍ରହ ହୋଇଥିବା ବେଳେ ଜିଲ୍ଳା ଏଚ୍.ଆଇ,ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଯୋଗଦେଇ ରକ୍ତ ନମୁନା ସଂଗୃହିତ ହେଉଥିବା ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେବା ସହ ଚିହ୍ନିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ବୁଝାଇଥିଲେ ।

ଲକ୍ଷ୍ୟଭେଦୀ ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର ଏହି ଶିବିରରେ ରେ ଉପସ୍ଥିତ ରହି ଜାତିୟ ଏ.ଡ୍.ସ୍. ନିୟନ୍ତ୍ରଣ ସଂସ୍ଥା ଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍ ଫ୍ରି ନଂ-୧୦୯୭ ର ଗୁରୁତ୍ୱ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅଧିକରୁ ଅଧିକ ଉପଭୋକ୍ତା ମାନଙ୍କୁ ଯୋଡି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କୁ ଅଧିକ ରୁ ଅଧିକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଚେଷ୍ଟା କରିଥିଲେ । ଶିବିର ଟିକୁ ଲେବୋ୍ରଟୋରି ଟେକ୍ନିସିଆନ୍ ଚନ୍ଦନ ଚର୍ଚିତ ମିଶ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ପରାମର୍ଶ ଦାତ୍ରୀ ସ୍ନେହଲତା ନାୟକ ଏହିସବୁ ପରିକ୍ଷାକରାଇବାରେ ସହଯୋଗ କରିଥିଲେ । ସୀତା ରଣା ଓ କିନ୍ନର ବିଷ୍ଣୁପ୍ରିୟା କହଁର ଶିବିର ଆୟୋଜନରେ ସହଯୋଗ କରିଥିଲେ । ଯଦି ସରାକାରଙ୍କ ଦ୍ୱାରା ଆୟୋଜିତ ଏହି ଚିହ୍ନଟିକରଣ ପ୍ରକ୍ରିୟାରେ ଅଧିକରୁ ଅଧିକ ବ୍ୟକ୍ତି ବିଶେଷ ଯୋଡି ନହେବେ ତେବେ ଦିର୍ଘସ୍ଥାୟି ବିକାଶ ଲକ୍ଷ ହାସଲରେ ୦୪ ନମ୍ବରରେ ଥିବା ପ୍ରତ୍ୟେକ ବୟସର ବ୍ୟକ୍ତି ମାନଙ୍କ ପାଇଁ ସୁସ୍ଥ ଓ ନିରାମୟ ଜିବନ ସୁନିଶ୍ଚିତ କରିବା ସମ୍ଭବ ହେବ ନାହିଁ ବୋଲି ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ମତ ଦେଇଥିଲେ ।

nis-ad
Leave A Reply

Your email address will not be published.