ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର : ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସିକା ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ବ୍ୟାଙ୍କ ମାନଙ୍କ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସଠିକ ପରିଚାଳନା କରିବା ନିମନ୍ତେ ସେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ସବୁ ଯୋଜନା ରହିଛି ସେଗୁଡିକ ଲୋକମାନେ ଜାଣିପାରୁନାହାନ୍ତି,ତେଣୁ ଗ୍ରାମାଚଂଳ,ପଚାଂୟତ ସ୍ତରରେ ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ ଅଧିକ ସଚେତନତା କରିବାକୁ କହିଥିଲେ । ଯେପରି ବ୍ୟାଙ୍କ ସର୍ଭିସ ସବୁ ଲୋକାଖିମୁଖି ହୋଇପାରିବ ଏହା ସହ ପୂର୍ବରୁ ଯେଉଁ ସବୁ ପେଣ୍ଡିଙ୍ଗ କେସ ରହିଛି ତାହାକୁ ତୁରନ୍ତ ସମାଧାନ କରିବାକୁ ବିଧାୟକ ଶ୍ରୀ ପାଢି କହିଥିଲେ ।

ଗଂଜାମ ଜିଲ୍ଲାରେ ସର୍ବମୋଟ ୩୨ ବ୍ୟାଙ୍କ ସହିତ ମୋଟ ୪୪୧ଟି ଶାଖା ରହିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ବ୍ୟାଙ୍କର ମୋଟ ୨୯୫୪୫ କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ୧୮୮୯୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହାକି ଜମା ଓ ଋଣ ଅନୁପାତ ଶତକଡା ୬୪ ପ୍ରତିଶତ ବୋଲି ବୈଠକରେ କୁହାଯାଇଥିଲା । ୨୦୨୩/୨୪ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ମାନଙ୍କ ଦ୍ୱାରା କୃଷି କ୍ଷେତ୍ରରେ ୧୬୨ପ୍ରତିଶତ,ଛୋଟ ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୮୯ପ୍ରତିଶତ, ଶିକ୍ଷା କ୍ଷେତ୍ରରେ ୬୬ପ୍ରତିଶତ, ଘର କ୍ଷେତ୍ରରେ ୧୧୫ ପ୍ରତିଶତ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୭୨ପ୍ରତିଶତ ପ୍ରଦାନ କରାଯାଇଛି । ଏହାସହ ଜିଲାରେ ଚାଲିଥିବା ବିଭିନ୍ନ ଯୋଜନାର ସଫଳ ରୁପାୟନ କରିବା ପାଇଁ ଗଂଜାମ ଜିଲ୍ଲପାଳ ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ରହିଥିବା ବେଳେ ଏଲଡିଏମ କିଶୋର ଚନ୍ଦ୍ର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.