ହିଞ୍ଜିଳିକାଟୁ ୨୬/୬ : ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ଉପଲକ୍ଷେ ହିଞ୍ଜିଳିକାଟୁ ପୌରପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ ବୈଠକରେ ଅଧକ୍ଷତା କରିଥିଲେ। ଆସନ୍ତା ଶ୍ରୀଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରା ହିଞ୍ଜିଳିକାଟୁ ପୌରପରିଷଦ ର ପାବନ ଶ୍ରୀକ୍ଷେତ୍ର, ରାଜବାଟି ଜଗନ୍ନାଥ ମନ୍ଦିର ଓ ପାଟଣା ସାହି ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଶାନ୍ତି ଓ ଶୃଙ୍ଖଳା ସହ ପରିଚାଳିତ ହେବ ସେ ବିଷୟରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଚଳିତ ବର୍ଷ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ଶାନ୍ତି ଓ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ରାସ୍ତା ମରାମତି, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି। ଏଥି ସହିତ ଆସନ୍ତା ଶ୍ରୀ ଗୁଣ୍ଡିଚା ଏବଂ ବାହୁଡା଼ ଯାତ୍ରାକୁ କିପରି ସରସ ସୁନ୍ଦର ଭାବେ ପରିଚାଳନା କରାଯିବ ସେଥିପାଇଁ ପ୍ୟୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ତହସିଲଦାର ଭିକାରୀ ସାହୁ ବୈଠକରେ ଉପସ୍ଥିତ ରହି ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post