ମଙ୍ଗଳବାର ଖୁବ୍ ଉତ୍ସଵମୁଖର ଥିଲା ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା

ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀଯାତ୍ରା ଗତ ମଇମାସ ୨୭ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ତାରିଖରେ ଉଦଯାପିତ ହେବ ବୋଲି ଯାତ୍ରା କମିଟୀ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମା’ରାମାୟଣାମ୍ମା ଙ୍କ ଘଟଯାତ୍ରା ଖୁବ୍ ଉତ୍ସଵମୁଖର ହୋଇଉଠିଥିଲା ଏବଂ ପ୍ରବଳ ଜନ ସମାଗମ ହୋଇ ଉଠିଥିଲା । ଘଟ ପରିକ୍ରମାରେ ବିରାଟ ପଟୁଆରରେ ଦେବୀ ଦଶଭୁଜା ମହାମାୟୀ ଓ ତାଙ୍କ ସହଚରୀ ଙ୍କ ସହ ନଗରପରିଭ୍ରମଣରେ ପ୍ରତିଦିନ ସନ୍ଧ୍ୟାରେ ବାହାରିଥାଆନ୍ତି । ଏହି ଐତିହାସିକ ଠାକୁରାଣୀ ଯାତ୍ରା ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟ ପରିକ୍ରମା ବର୍ଣ୍ଣାଢ଼୍ୟ ପଟୁଆରରେ ଉତ୍ସଵ ମୁଖର ହୋଇଉଠିଛି । ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ଲାଗି ରହିଛି, ଦେବୀଙ୍କ ଅପୂର୍ବ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ ସନ୍ଧ୍ୟାବେଳେ ଦେବୀଙ୍କ ଠାରେ ମଣ୍ଡାପିଠା ଭୋଗ ଲାଗି ହୁଏ । ଦେବୀଙ୍କ ର ମଣ୍ଡାପିଠା ଅତିପ୍ରିୟ ହେତୁ ତାହା ଭୋଗ ଲାଗି ହୁଏ, କିଛି ସମୟ ପରେ ଷୋଡ଼ଶ ଉପଚାର ସହ ଦେବୀଙ୍କୁ କର୍ପୂର ଆଳତୀରେ ବନ୍ଦାପନା କରାଯିବା ପରେ ଘଟଯାତ୍ରା ପାଇଁ ଦେବୀଙ୍କୁ ଆମନ୍ତ୍ରଣ ହୁଏ । ବର୍ଣ୍ଣାଢ଼୍ୟ ସମାରୋହରେ ମାଆ ଙ୍କୁ ଆମନ୍ତ୍ରଣ କରି ଦାତ୍ତା ବର୍ଗ ତଥା ଦେବୀଙ୍କ ପାଇଁ ଦୈନିକ ଜଣେ କର୍ତ୍ତା ଯାତ୍ରା ବହନ କରିଥାନ୍ତି । ସେହି ଦିନର ଯାତ୍ରା, ଭୋଗ, ରାଗ ଓ ଦେବୀଙ୍କ ନୀତି-କ୍ରାନ୍ତି ଆଦିର ଖର୍ଚ୍ଚ ଉକ୍ତ କର୍ତ୍ତା ବହନ କରିଥାନ୍ତି ।
। ସନ୍ଧ୍ୟାବେଳେ ମା’ଙ୍କୁ ପୂଜା ଆରାଧନା ପରେ କର୍ତ୍ତା ଘରକୁ ଦେବୀଙ୍କ ଆଗମନ ହୋଇଥାଏ । କର୍ତ୍ତା ଙ୍କ ନିଜ ଘର ଆହ୍ବାନ କରିବା ପୂର୍ବକ ଦାଣ୍ଡ ଦ୍ଵାରରେ ଭୋଗ ଅର୍ପଣ, ପୂଜାର୍ଚ୍ଚନା ଆଦି କରାଯାଇଥାଏ ।
ସେହି କ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରର ବିଶିଷ୍ଟ ସମାଜସେବୀ ସୁଧୀର ପଟ୍ଟନାୟକଙ୍କ ଘର ଅଭିମୁଖେ ମା’ ଆଗମନ କରିଥିଲେ । ସୁଧୀର ପଟ୍ଟନାୟକଙ୍କ ପରିବାର ପକ୍ଷରୁ ଗତକାଲି ମାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ଭୋଗରାଗ ସହ ହଳଦୀ କୁକୁମ ନେଇ ମାଙ୍କୁ ନିମନ୍ତ୍ରଣ କରିଥିଲେ ସୁଧୀରଙ୍କ ଧର୍ମପତ୍ନୀ ସମାପ୍ତି ପଟ୍ଟନାୟକ ଏବଂ ପରିବାର ସଦସ୍ୟ । ଏହା ପରେ ମଧ୍ୟାହ୍ନରେ ମା’ଙ୍କ ଅନ୍ନ-ଭୋଗ ଅର୍ପଣ କରାଯାଇଥିଲା । ମାଆଙ୍କର ଏହି ଦୁର୍ଲ୍ଲଭ ଭୋଗ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଥିଲା । ଶେଷରେ ସନ୍ଧ୍ୟା ସମୟରେ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ରୋଡ ନିକଟସ୍ଥ ସୁଧୀର ପଟ୍ଟନାୟକଙ୍କ ବାସଭବନ ନିକଟରେ ପହଁଚିଥିଲେ । ଉକ୍ତ କର୍ତ୍ତାଙ୍କ ଘରଦାଣ୍ଡରେ ରାଜଭୋଗ ଅର୍ପଣ ଲାଗି ହୋଇଥିଲା । ପରିଶେଷରେ ବୁଧବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ଦେବୀ ପହଞ୍ଚି ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ଏକ ରଙ୍ଗାରଙ୍ଗ-ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ କର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା।
ଯାତ୍ରା କମିଟି ର ମ୍ୟାନେଜର ସି.ଏଚ.ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଟ ମ୍ୟାନେଜର ଏମ୍.ସମରେନ୍ଦ୍ର ସେନାପତି , ପି .ରାଜୁ ରେଡ୍ଡୀ,କ୍ୟାସିୟର ଏସ.ରାମୁଡୁ ରାଓ,କୁନି ଦାସ,ବାଲାଜୀ ଗୌଡ଼,ଶ୍ରୀନିବାସ ରାଓ,କୃଷ୍ଣା ରାଓ, ଏସ. ଚନ୍ଦୁ, ଏସ.ଗୋପୀ, ଟି.ବିକି, ଏସ.କୈଳାସ,ଅଜୟ, ଏସ କାଳି, କେ.ତେଜେଶ୍ୱର, ଆର୍. ଶିବ ପ୍ରମୁଖ କମିଟୀ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପ୍ରତ୍ୟହ ପରିଚାଳନା କରିଆସୁଛନ୍ତି ।

nis-ad
Leave A Reply

Your email address will not be published.