ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ୨୫/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୫ତମ ସ୍ଵନକ୍ଷତ୍ର ସମାରୋହ ପାଳିତ ହୋଇଆସୁଛି। ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୧୮ତାରିଖ ଠାରୁ ଆରମ୍ଭ ହୋଇ ୨୬ତାରିଖ ପର୍ଯ୍ୟନ୍ତ ରାମଚରିତ ମାନସ ପାରାୟଣ ଓ ପ୍ରବଚନ ରାତ୍ର ୭ଘଣ୍ଟ୩୦ ମି ସମୟରେ ଆରମ୍ଭ ହୋଇ ରାତ୍ର୧୦ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।

ଏହି ଅବସରରେ ସନ୍ଧ୍ୟା ସମୟରେ ନଅ ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି। ହିଞ୍ଜିଳି ତଥା ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ସହ ଯୁବ ପ୍ରତିଭା ବ୍ୟକ୍ତି ମାନଙ୍କର କଳା ପ୍ରଦର୍ଶନ କରିବାପାଇଁ ସୁଯୋଗ ପାଇଥିଲେ ।ପ୍ରଥମ ଦିନ ୧୮ତାରିଖରେ କୁନି ପିଲା ଓ ଯୁବ ମାନେ ଭଜନ ଗାନ କରିଥିଲେ।୧୯ତାରିଖରେ ଓଡ଼ିଶା ର ‌ପ୍ରସିଦ୍ଧ ସମ୍ବଲପୁରି‌ନୃତ୍ୟ ପରିବେଷଣ ସହ ବିଶ୍ଵପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ । ୨୦ତାରିଖଦିନ ବିଶ୍ଵଶାନ୍ତି ପାଇଁ ଭଗବାନଙ୍କ ପ୍ରସିଦ୍ଧ ମନ୍ତ୍ର ହରେକୃଷ୍ଣ ହରେରାମ ନାମ ଗାୟନ ସହିତ ଛାତ୍ର ଛାତ୍ରୀ ମାନଙ୍କ ବୈଦ୍ଧିକ ବିକାଶ ପାଇଁ କୁଇଜ୍ ପ୍ରତିଯୋଗୀତା ,ସମାଜରେ ଦେଖାଦେଇଥିବା ଜଳବାୟୁ ର ପରିବର୍ତନ, ସ୍ଵଛତା, ଶିକ୍ଷା ଉପରେ ନେଇ ସାମାଜିକ ଆଲୋଚନା ଚକ୍ର, ଗୀତ ପ୍ରତିଯୋଗୀତା ସହ ୨୧ତାରିଖରେ ବିଶ୍ଵ ଯୋଗ ଦିଵସରେ ଯୋଗ ଶିବିର ଆୟୋଜନ କରାଯାଇଥିଲା।୨୫ତାରିଖ ମଙ୍ଗଳବାର ଦେଶାତ୍ମବୋଧକ ଗୀତ ର ପ୍ରତିଯୋଗୀତା ସହ ସନ୍ଧ୍ୟାରେ ଓଡିଶା ସଂସ୍କୃତି ଓ ଓଡିଆ ଭାଷା ର ପ୍ରଚାର ପ୍ରସାର ଉପରେ ବିଶିଷ୍ଟ ଶିକ୍ଷାବିତ ଆଲୋଚନା ଚକ୍ରରେ ଭାଗନେଈ ଜନସାଧାରଣ ଙ୍କୁ ଜାଗରଣ ସୃଷ୍ଟି କରିବା ନେଇ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଊକ୍ତ କାର୍ଯ୍ୟକ୍ରମ କୁ ଦେଖିବାକୁ ପ୍ରଵଳ ଭିଡ ଦେଖିବାକୁ ମିଳିଛି।

କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ତରଫରୁ ଭୂୟସୀ ପ୍ରଶଂସା ସହ ଏଭଳି କାର୍ଯ୍ୟକ୍ରମ ସଦାଵେଳେ କରିବାକୁ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ କୁ ଜନସାଧାରଣ ଅନୁରୋଧ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମ ସୈ।ଜନ୍ୟ ହେଲେ ଓଡ଼ିଶା ଖଣି ନିଗମ ଓ ଓଡ଼ିଶା ଭାଷା ସାହିତ୍ୟ ଓ ସସ୍କୃତ ବିଭାଗ ଓ ଓଡ଼ିଶା ସରକାର,ପରିଷଦ ତରଫରୁ ସୈ।ଜନ୍ୟ ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରାଯାଇଅଛି।କାର୍ଯ୍ୟକ୍ରମ କୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ଯକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ଡଃ ଗଦାଧର ବେହେରା,ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅଧ୍ୟାପକ ଅରୋବିନ୍ଦ ପଣ୍ଡା, ଗୌରହରି ପୃଷ୍ଟି, ଶିକ୍ଷାବିତ ପ୍ରଶାନ୍ତ ପଟ୍ଟନାୟକ ଙ୍କ ସହ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.