ବିଜେପି ପକ୍ଷରୁ କଳା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା କାର୍ଯ୍ୟାଳୟ ଠାରେ କଳା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ବିଜେପି ନେତା ଭଗବାନ ମହାନ୍ତି ଯୋଗ ଦେଇ ଆଜକୁ ୪୯ ବର୍ଷ ତଳେ ଆଜିର ଦିନରେ ଅର୍ଥାତ୍ ଜୁନ ୨୫ /୧୯୭୫ ରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା l ଏହି ସମୟରେ ହଜାର ହଜାର ଲୋକ କାରାବରଣ କରିଥିଲେ l ଏହି ଦିବସକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିକୁ ‘ଅନ୍ଧକାର ଅଧ୍ୟାୟ’ ବୋଲି ମନେ କରନ୍ତି, ଦେଶକୁ ଏକ କାରାଗାରରେ ପରିଣତ କରାଯାଇଥିଲା ବୋଲି କହିଥିଲେ l ଏଥି ସହିତ ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ l

ଏହି ଜରୁରୀ କାଳୀନ ନିଷ୍ପତିରେ ହଜାର ହଜାର ନିରୀହ ଜନତାଙ୍କୁ ବିନା କାରଣରେ ଜେଲରେ ବନ୍ଦୀ କରାଯାଇଥିଲା ସେଥି ମଧ୍ୟରୁ ଫୁଲବାଣୀର ରମେଶ ଚନ୍ଦ୍ର ସାହୁ, ସ୍ଵର୍ଗତ ଦେବରାଜ ସାହୁଙ୍କ ପତ୍ନୀ ଜୟନ୍ତୀ ସାହୁ, ସୁବାସ ବେହେରା,ଶଙ୍କର ବେହେରା,କମଳା କାନ୍ତ ପାଣ୍ଡେ ପ୍ରମୁଖ ପୀଡ଼ିତ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ଜି.ଉଦେଇଗିରି ବିଧାୟକ ପାର୍ଥି ମାନଗୋବିନ୍ଦ ପ୍ରଧାନ,ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳ ବେହେରା,ନେତ୍ର ମାନସେଟ ପ୍ରମୂଖ ଉପସ୍ଥିତ ରହି ସେମାନଙ୍କୁ ସମ୍ମାନିତ କରିଥିଲେ l ଉକ୍ତ ସଭା କାର୍ଯ୍ୟକୁ ମୁକ୍ତିକାନ୍ତ ମହାନ୍ତି ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ (ଟିକୁ ), ଅରୁଣ ପଣ୍ଡାଙ୍କ, ସମେତ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.