ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀର ଯୋଜନା ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ନିଖିଳ ଉତ୍କଳ ଖଡୁରା ସମାଜ ଶାଖା ଫୁଲବାଣୀ ଗଠନ ପରେ ସମାଜସେବା କ୍ଷେତ୍ରରେ ଖୁବ କମ ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ବେଶ୍ ଜଣାଶୁଣା ହୋଇ ପାରିଛି l ଏଥି ସହିତ ରାଜ୍ଯ ସ୍ତରରେ ପୁରସ୍କୃତ ମଧ୍ଯ ହୋଇ ପାରିଛି l ନିଜ ସମାଜର ମଙ୍ଗଳ କାମନା କରିବା ସହିତ ଜିଲ୍ଲାର ବିଭିନ୍ନ ପର୍ବ ପର୍ବାଣୀ, ଦୁଃଖୀ ରଙ୍କିଙ୍କୁ, ବୃଦ୍ଧ ବୃଦ୍ଧା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏପରି ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇ ସମଗ୍ର ଜିଲ୍ଲାରେ ବେଶ ଚର୍ଚିତ ହୋଇପାରିଛି l ମା ନାରାୟଣୀଙ୍କ ଯାତ୍ରାରେ ଘଣ୍ଟ ସେବା କ୍ଷେତ୍ରରେ ହେଉ କି ରଥଯାତ୍ରା, ବୋଲବମ ଭକ୍ତଙ୍କ ସେବା, ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଜଳଛତ୍ର ସବୁ କ୍ଷେତ୍ରରେ ଆଗୁଆ ଏହି ସମାଜ l ନିଜ ଜାତିର ଏକତା ଓ ମାନବୃଦ୍ଧି ପାଇଁ ସ୍ଥାନୀୟ ଡ୍ରିମ ଲାଣ୍ଡ ଠାରେ ମାସିକ ବୈଠକ ଜିଲ୍ଲା ସଂଯୋଜକ ସଂଜୀବ କୁମାର ନାୟକଙ୍କ ଉପସ୍ଥିତିରେ ପେଣ୍ଠ ସଭାପତି ଅର୍ଜୁନ ସେନାପତି ଓ ସମ୍ପାଦକ ଉମା ଶଙ୍କର ମହାପାତ୍ର,ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମାଜ କର୍ମକର୍ତ୍ତା ଓ ସଦସ୍ଯଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଆଗାମୀ ଦିନରେ ବାକିଥିବା କାର୍ଯ୍ୟକ୍ରମକୁ ନେଇ l ଉକ୍ତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ରଥଯାତ୍ରା ସମୟରେ ଘଣ୍ଟ ସେବା, ବୋଲବମ ଭକ୍ତଙ୍କ ଜଳପାନ ବ୍ଯବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ ସମ୍ବନ୍ଧରେ ଆଲୋଚନା ହୋଇଥିଲା l ଉକ୍ତ ବୈଠକରେ ୫୦ ରୁ ଊର୍ଦ୍ଧ୍ଵ ସଦସ୍ଯ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.