ଆଇ.ଆର.ଇ.ରେ ସ୍ଥାୟୀ ନିଯୁକ୍ତି ତଥା ଅନ୍ୟ ଆନୁସଙ୍ଗିକ ଦାବି ନେଇ ଖଣିମନ୍ତ୍ରୀଙ୍କ ସହ ଆଲୋଚନା !

ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥିତ ଆଇ.ଆର.ଇ. ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ଭାବେ ସ୍ଥାନୀୟ ବାସିନ୍ଦା କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ବାସିନ୍ଦା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଛତ୍ରପୁର ସବ୍ ଡିଭିଜନର ହେଉ କି ଓଡ଼ିଶାର ହେଉ କାହାରିକୁ ବି ଏଠାରେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । କ୍ଷୋଭର ବିଷୟ ଏହା ଯେ, ଏଠାରେ କିନ୍ତୁ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟର ପିଲାମାନଙ୍କୁ ବହୁତ ସୁଯୋଗ ଦିଆଯାଉଛି। ଯେଉଁମାନେ ନିଯୁକ୍ତି ପାଇବା ପରେ ବର୍ଷେ କିମ୍ବା ଦୁଇ ବର୍ଷ ଚାକିରି କରି ଅନ୍ୟ ଜାଗାକୁ ଚାଲିଯାଉଛନ୍ତି । ଯାହାଦ୍ୱାରା ପ୍ଲାଣ୍ଟର ବି ବିଶେଷ କ୍ଷତି ମଧ୍ୟ ହେଉଛି । ତେଣୁ ଏହି ପରିସ୍ଥିତିରେ କିପରି ସୁଧାର ଆସିବ, ସେ ନେଇ ଆଜି ପ୍ଲାଣ୍ଟର କିଛି ଶ୍ରମିକ ବାଣିଜ୍ୟ, ପରିବହନ, ଇସ୍ପାତ ତଥା ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଙ୍କୁ ତାଙ୍କ ବାସଭବନରେ ଭେଟିବା ସହ ଏକ ଲିଖିତ ଦାବି ପତ୍ର ମଧ୍ୟ ଦେଇଥିଲେ । ଏହି କ୍ରମରେ ପ୍ଲାଣ୍ଟରେ ବିଗତ ଦିନରେ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ ମନ୍ତ୍ରୀଙ୍କୁ ଜଣାଇଥିଲେ ତଥା ପ୍ଲାଣ୍ଟରେ ଆମ ରାଜ୍ୟର ଶ୍ରମିକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୭୫% ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରିବା ସହ ସମାନତା ଅଧିକାର ହିସାବରେ ଏଠାରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କୁ ସମାନ ବେତନ ଓ ବୋନସ ଦେବା କଥା ବି ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଥିଲେ। ପରେ ମନ୍ତ୍ରୀ ମହୋଦୟ ଗମ୍ଭୀରତାର ସହ ସମସ୍ତ କଥା ଶୁଣିବା ପରେ ପ୍ରତିଶ୍ରୁତି ଦେଇଥିଲେ ଯେ, ଏଥିପ୍ରତି ଯଥାଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଶ୍ରମିକମାନଙ୍କ ଅସୁବିଧା ଦୂର କରାଯିବ ।

nis-ad
Leave A Reply

Your email address will not be published.