ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ଓ ଗଜାନନ ବେଶ ଅନୁଷ୍ଠିତ

ଫୁଲବାଣୀ ୨୨/୦୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ମାଦିକୁନ୍ଦା ଛକ ନିକଟସ୍ଥ ଦଧିବାମନ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନ ବିଧୂ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁରଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପୂଜା ନୀତି ଆରମ୍ଭ କରିଥିଲେ। କର୍ତ୍ତା ଭାବେ ସୁରେଶ ମିଶ୍ର ଦାୟିତ୍ବ ତୁଲାଇଥିଲେ l ଏହାପରେ ମନ୍ଦିର ପୂଜକ ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ରାଜେନ୍ଦ୍ର ତ୍ରିପାଠୀ, ପ୍ରଦୀପ ପଣ୍ଡା, ବିଭୂତି ପଣ୍ଡା, ସଂଜୟ ଦାଶ,ପ୍ରକାଶ ପାଢୀ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସରୋଜ ପଣ୍ଡା, ଆଶିଷ୍ ପ୍ରହରାଜ, ସୌମ୍ୟ ପାଢୀ, ଲିଟୁ ପଣ୍ଡା ପ୍ରମୁଖ ପୂଜକ ଓ ବ୍ରାହ୍ମଣ ମାନେ ସ୍ନାନ କାର୍ଯ୍ୟରେ ସହଯୋଗ କରିଥିଲେ l ୧୦୮ ଢାଳ ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଯିବା ପରେ ଦଧିବାମନଙ୍କୁ ହାତୀ
ବେଶ କରାଯାଇଥିଲା ।
ମନ୍ଦିର ଟ୍ରଷ୍ଟି ପ୍ରଦୀପ ମୁନି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ । ସ୍ନାନ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

nis-ad
Leave A Reply

Your email address will not be published.