ସଙ୍ଗୀତ ଦିବସ ଅବସରରେ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : ବିଶ୍ଵ ସଙ୍ଗୀତ ଦିବସ 2024 ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ସାଧନା ଦ୍ଵାରା ଏକ ସଙ୍ଗୀତ ଉତ୍ସବ ସ୍ଥାନୀୟ ରୋଟାରୀ କ୍ଲବ,ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ତଥା ବିପ୍ର ଚରଣ ପାତ୍ର , ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ, ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଦୀନବନ୍ଧୁ ମହାନ୍ତି , ସମାଜସେବୀ କୁମାର କୁନ୍ଦନ ସିଂହ ଯୋଗଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସଭାପତିତ୍ଵ କରିଥିଲେ। ଅତିଥି ମାନେ ଏହି ଦିବସ ର ମହତ୍ତ୍ଵ ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ସଙ୍ଗୀତ ର ସ୍ଥାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜୀବନ ବ୍ୟାପି ସଙ୍ଗୀତ ସାଧନା ନିମନ୍ତେ ଶ୍ରୀମତୀ ତନୁଜା ମହାନ୍ତି , ଅସିତ ନନ୍ଦଙ୍କୁ ସଙ୍ଗୀତ ସାଧନା ସମ୍ମାନ ପ୍ରଦାନ କରାଗଲା ।ସେହିଭଳି ଅଭିନୟ କ୍ଷେତ୍ରରେ ପାଇଁ ବିଶିଷ୍ଠ ମଞ୍ଚ ତଥା ଚଳଚ୍ଚିତ୍ର ଅଭିନେତା ଯୁଧିଷ୍ଠିର ମହାନ୍ତି ଏବଂ ବିଭୁତି ପଣ୍ଡା, ସୁର ପ୍ରସାଦ ନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଜାଇଥିଲା। ସେହିଭଳି ସଙ୍ଗୀତ ଗୁରୁ ଶରତ ଚନ୍ଦ୍ର ପଟ୍ଟନାୟକ, କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦାସ , ଅଲିଭା ଦାସ, କାହ୍ନୁ ଚରଣ ଦିଗଲ, କ୍ଷୀରାବ୍ଧି ତନୟା ଦାସ, ମନୀଷା ଦିଗାଲ, ବିଦ୍ୟୁତ୍ ନାୟକ, ସେକ୍ସୋଫୋନ୍ ଯନ୍ତ୍ର ଶୀଳ୍ପି ସରୋଜ ନାୟକ, ପଞ୍ଚାନନ ସାହୁ, ଦେବାଶିଷ ଜାନୀ,ଜିତେନ୍ଦ୍ର ସାହୁ, ଖୁସବୁ ବିପ୍ର ସାହାଣୀ,କୁନି କଣ୍ଠଶିଳ୍ପୀ ସାତ୍ତ୍ୱିକ କୁମାର ଦାସ, କୁନି ବଂଶୀ ବାଦକ ଅବିନାଶ ନାୟକ, ନୃତ୍ୟଶିଳ୍ପୀ ତେଜସ୍ଵିନୀ ତ୍ରିପାଠୀ, ଜେସିକା ପ୍ରଧାନ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଅଶୋକ ମହାନ୍ତି ସଂଯୋଜନା କରିଥିଲେ ଏବଂ ଶ୍ରୀ ବିନୋଦ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା କଣ୍ଠ ସଙ୍ଗୀତ ପରିବେଷଣ ,ବଂଶୀ ବାଦନ ଏବଂ ସେକ୍ସୋଫୋନ୍ ବାଦନ କରଯାଇଥିଲା।

nis-ad
Leave A Reply

Your email address will not be published.