ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ତଥା ସପ୍ତ ଠାକୁରାଣୀଙ୍କ ମିଳନ ଉତ୍ସବ : ଜଳଯାତ୍ରା ଓ ଅଙ୍କୁରା ରୋପଣ

ଵ୍ରହ୍ମପୁର : ଆସିକାର ଅନ୍ୟତମ ଅଧିଷ୍ଠାତ୍ରୀ ଠାକୁରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ସହ ସହର ରେ ସପ୍ତ ଠାକୁରାଣୀ ଙ୍କ ମିଳନ ଉତ୍ସବ ଆୟୋଜନ ନେଇ ଆଜି ଜଳ ଯାତ୍ରା ଓ ଅଙ୍କୁରା ରୋପଣ ଅନୁଷ୍ଠିତ ହୋଇଛି। ଅପରାହ୍ନ ରେ ଶତାଧିକ ମହିଳା ଶୋଭା ଯାତ୍ରାରେ ଯାଇ ପବିତ୍ର ଋଷିକୂଲ୍ୟା ନଦୀ ତଟବର୍ତ୍ତି ତ୍ରିବିଧେଶ୍ୱର ମନ୍ଦିର ନଦୀ ରେ ପହଞ୍ଚିଥିଲେ। ସ୍ତୋତ୍ରିୟ ପଣ୍ଡିତ ବ୍ରାହ୍ମଣ ରାମକୃଷ୍ଣ ନନ୍ଦ,ପ୍ରମୋଦ ହୋତା, କୃଷ୍ଣଚନ୍ଦ୍ର ମିଶ୍ର,ଷଷ୍ଠୀ ପ୍ରସାଦ ହୋତା, ସାନୁଜ ମିଶ୍ର,ବିଘନେଶ୍ୱର ଆଚାର୍ଯ୍ୟ,ମନ୍ଦିର ପୁରହିତ ରତ୍ନାକର ଦାସ ଓ ସୀତାରମା ଦାସ ପ୍ରମୁଖ ଙ୍କ ଦ୍ଵାରା ଗଙ୍ଗା ଆବାହନ ,ପୂଜା ଓ ହୋମ କରିବା ପରେ ଜଳ ସଂଗ୍ରହ କରାଯାଇଥିଲା। ସଂଗୃହିତ ଜଳ କଳସ କୁ ମହିଳା ମାନେ ବଜାର ସାହି, ନିରଞ୍ଜନ ନଗର ଦେଇ ଯାତ୍ରା ନିମନ୍ତେ ନିର୍ମିତ ଅସ୍ଥାୟୀ ମଣ୍ଡପ ରେ ପହଞ୍ଚି ଥିଲେ। ସେଠାରେ ଜଳ କଳସ ସ୍ଥାପନ କରାଯାଇଥିଲା। ପରେ ପଣ୍ଡିତ ରାମକୃଷ୍ଣ ନନ୍ଦ ଙ୍କ ସଂଯୋଜ ନାରେ ବ୍ରାହ୍ମଣ ମାନେ ଅଙ୍କୁରାରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ। ବୁଧବାର ସକାଳୁ ଓଡ଼ିଆ ସାହି ସ୍ଥିତ ମା ଫୁଲକେଶନୀଙ୍କ ତ୍ରି ବାର୍ଷିକ ଯାତ୍ରା ରେ ଆସିକା ସହର ର ମା ଖମ୍ବେଶ୍ୱରୀ,ମା କାଳିମୁଖି, ବସଷ୍ଟାଣ୍ଡ ର ବୁଢ଼ୀ ଠାକୁରାଣୀ, ମା ମାଣିକେଶ୍ଵରୀ, ସୁନାମ୍ବ ସାହି ର ଗ୍ରାମଦେବତୀ, ଲାଲା ଶାସନ ର ମା ବିମଳା ସପ୍ତ କଲ୍ୟାଣମୟୀ ଠାକୁରାଣୀ ଙ୍କୁ ଆବାହନ କରାଯାଇ। ଲାଲା ଗୋର୍ଜି ଛକ ନିକଟରେ ପୂଜା ନିମନ୍ତେ ନିର୍ମିତ ଅସ୍ଥାୟୀ ମଣ୍ଡପ ରେ ବିଜେ କରାଯାଇ ଅନ୍ୟ ଏକ ଅସ୍ଥାୟୀ ମଣ୍ଡପ ରେ ସ୍ଵତନ୍ତ୍ର ପୂଜା ପାଠ ହୋମ ଓ ଯଜ୍ଞ ର ଶୁଭାରମ୍ଭ ହେବ। ୩୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଆସିକା ସହର ର ଅର୍ଦ୍ଧା ଧିକ ସାହିରେ ଅନୁଷ୍ଟିତ ହେଉଥିବା ବେଳେ ଯାତ୍ରା କୁ ସଫଳତାର ସହ ଆୟୋଜନ ନେଇ ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ଏଥି ନେଇ ସମନ୍ୱୟ ବୈଠକ ଆୟୋଜନ କରାଯାଉଥିବା ବେଳେ ଆଜି ଆସିକା ଏସ ଡି ପି ଓ ସଂଜୟ ମହାପାତ୍ର,ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯାତ୍ରା ଅଞ୍ଚଳରେ ପହଞ୍ଚି ସ୍ଥିତି ର ସମୀକ୍ଷା କରିଥିଲେ।

nis-ad
Leave A Reply

Your email address will not be published.