ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ହସ୍ତନ୍ତାରିତ

ସୁନ୍ଦରଗଡ଼, ୧୮/୦୬ : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି। ଏହି ଅବସର ରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଜିଲ୍ଲା ର ଚାଷୀ ମାନଙ୍କୁ କିସ୍ତି ହସ୍ତନ୍ତାରିତ ହୋଇଅଛି।
ଏହି ଅବସର ରେ ଉତ୍ତର ପ୍ରଦେଶ ରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କର କାର୍ଯ୍ୟକ୍ରମ ର ସିଧାସଳଖ ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲା ର ୧୨୧୭୭୦ ଜଣ ଚାଷୀ ଙ୍କୁ ବ୍ୟାଙ୍କ୍ ଟ୍ରାନ୍ସଫର ମାଧ୍ୟମରେ ୧୭ ତମ କିସ୍ତି ହସ୍ତାନ୍ତରିତ ହୋଇଛି। ଏହି ଚାଷୀ ମାନଂକ ମଧ୍ୟରୁ ବାଲିସଙ୍କରା ବ୍ଲକ ରୁ ୧୦୪୨୨, ବଡ଼ଗାଁ ରୁ ୯୨୯୬, ବିଶ୍ରା ରୁ ୪୯୪୯, ବଣାଇ ରୁ ୫୭୨୭, ଗୁରୁଣ୍ଡିଆ ରୁ ୫୫୪୨, ହେମଗିରି ରୁ ୫୬୮୩, କୋଇଡା ରୁ ୨୯୯୮, କୁଆଁରମୁଣ୍ଡା ରୁ ୭୨୧୯, କୁତ୍ରା ରୁ ୮୮୭୯, ଲହୁଣୀପଡ଼ା ରୁ ୭୮୪୭, ଲାଠିକଟା ରୁ ୬୩୩୧, ଲେଫ୍ରିପଡା ରୁ ୯୦୭୫, ନୂଆଗାଁ ରୁ ୧୧୨୫୮, ରାଜଗାଙ୍ଗପୁର ରୁ ୭୪୮୫, ସବଡେଗା ରୁ ୬୭୪୪, ସୁନ୍ଦରଗଡ଼ ରୁ ୬୬୪୭ ଏବଂ ଟାଙ୍ଗରପାଲି ବ୍ଲକ ରୁ ୫୬୬୮ ଜଣ ଚାଷୀ ରହିଛନ୍ତି। ଏହି ଚାଷୀ ମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ତିନି ଗୋଟି କିସ୍ତି ରେ ବାର୍ଷିକ ୬୦୦୦ ରାଶି ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି।
ଆଜି ର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ କମଳ ଲାକ୍ରା, ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡା. ଲକ୍ଷ୍ମୀପ୍ରିୟା ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, ଜନ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟା ରେ ଚାଷୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.