ପ୍ରେସ କ୍ଳବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ନବ ନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ଓ ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ l ସେହିପରି କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ମଧ୍ଯ ସଭାପତି ସନ୍ତୋଷ କୁମାର ଦିଗାଲ,ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ନବନିର୍ବାଚିତ ସଂସାଦ ଶୁକାନ୍ତ ପାଣିଗ୍ରାହୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରଯାଇଥିଲା l ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଜେପିର ବରିଷ୍ଠ ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଅରୂପ ଜେନା, କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା, ପ୍ରମୁଖ ଯୋଗ ଦେଇଥିଲେ l ସଭାପତି ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ପ୍ରେସ କ୍ଲବର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ lସାଂସଦ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ
ନିର୍ବାଚନ ବେଳେ ପାର୍ଟି ପକ୍ଷରୁ ଦିଆଯାଇଥିବା ପ୍ରତିଶୃତିକୁ ପାଳନ କରାଯିବା ନେଇ ନିଶ୍ଚୟ ଉଦ୍ୟମ କରିବି ଆଉ କନ୍ଧମାଳ ଜିଲ୍ଲାରେ ଥିବାଗମନା ଗମନ, ପାନୀୟ ଜଳ, ସ୍ଵାସ୍ଥ୍ୟ ସମସ୍ୟା, ହୋଲଡିଂ ଟାକ୍ସ, ସମସ୍ତ ଗ୍ରାମରେମୋବାଇଲ ଓ ଇଣ୍ଟେର୍ନେଟ ସୁବିଧା ଯୋଗାଇଦେବା ଆଦି ସମସ୍ୟାର ପର୍ଯ୍ୟାୟ କ୍ରମେ ସମାଧାନ କରିବେ ବୋଲି କହିଥିଲେ l ଜ଼ିଲ୍ଲା ପ୍ରେସ କ୍ଲବର ଫାଷ୍ଟ ଫ୍ଲୋର ଅର୍ଦ୍ଧନିର୍ମିତ କୋଠା ପୂର୍ଣ୍ଣାଙ୍ଗ କରିବା ପାଈଁ ଆବଶ୍ୟକ ଦଶ ଲକ୍ଷ ଟଙ୍କା ଏମପି ଲାଡରୁ ମଂଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ lସେହିପରି ବିଜେପିର ବରିଷ୍ଠ ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ସେ ସାଂସଦ ଓ ଜନସାଧାରଣ ଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟକରିବେ ବୋଲି କହିଥିଲେ l ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ଉପସଭାପତି ସୂର୍ଯ୍ୟ ନାରାୟଣ ବେହେରା,ସହସମ୍ପାଦକ ଜୟସେନ ପରିଡା, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ଗୋପାଳ କୃଷ୍ଣ ପଟ୍ଟନାୟକ,ରଞ୍ଜନ ଦାସ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ନାରାୟଣ ସାହୁ, ଅଜିତ ମହାରଣା, ମୁସ୍କlନ ସୁଆର, ଶିବ ବିଶ୍ୱାଳ, ଶିବରାମ ନାୟକ, ସନ୍ତୋଷ ଡିଗାଲ, ବୈଦ୍ୟନାଥ ନାୟକ, ପ୍ରଶାନ୍ତ ଜେନା,ସନ୍ତୋଷ ମିଶ୍ର,ସୁଧୀର ମହାରଣା, ସନ୍ତୋଷ ବେହେରା,ରଞ୍ଜିତ ଦିଗାଲ୍, କ୍ଷୀରୋଦ ସାହାଣୀ, ଅଚ୍ୟୁତାନନ୍ଦ ସେଠୀ ଓ ଅଶୋକ ମିଶ୍ରଙ୍କ ସମେତ ଡିଜିଟାଲ ମିଡ଼ିଆ ଓ ମିଡିଆ ଫୋରମର ବହୁସାମ୍ବାଦିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଜେପି କର୍ମୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.