ରାସ୍ତା କଡ଼ରେ ପଡି ରହିଛି କୁଢ଼ କୁଢ଼ ମୃଦୁ ପାନୀୟ (ଥମ୍ପସ ଅପ ) ବୋତଲ

ମାଲକାନଗିରି : ମାଲକାନଗିରି ସଦର ନିକଟ ମାଲକାନଗିରି ରୁ ସୁକମା ବାଇପାସ କେନାଲ ରୋଡରେ କୁଢ଼ କୁଢ଼ ମୃଦୁ ପାନୀୟ ବୋତଲ(ଥମ୍ପସ ଅପ ) ଦୀର୍ଘ ଦିନ ହେବ ପଡିରହିଥିବା ଦେଖିବାକୁ ମିଳିଛି l କିଏ ଆଉ କାହିଁକି ଏହି ବୋତଲ ଗୁଡିକୁ ଏଠାରେ ପକାଇ ଥିବା ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହେଉଛି l ଜିଲ୍ଲାରେ ଖରା ଦିନରେ 45ଡିଗ୍ରୀ ଉର୍ଦ୍ଧ ତାପମାତ୍ରା ରହୁଥିବା ବେଳେ ରାସ୍ତା ଯାଉଥିବା ମୃଦୁ ପାନୀୟ ପିଇ ନିଜର ଶୋଷ ମେଣ୍ଟାଇବା ସହ ନିଜକୁ ଗରମରୁ ପ୍ରତିହିତ କରିଥାନ୍ତି l ଦିନକୁ ଦିନ ଏହାର ଚାହିଦା ବଢୁଥିବା ବେଳେ ଜିଲ୍ଲାରେ ଏକାଧିକ ବିତରକ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆଣି ଏହି ମୃଦୁ ପାନୀୟ ଆଣି ବ୍ୟବସାୟ କରିଥାନ୍ତି l ଯାହା ଦ୍ୱାରା ଏହା କେଉଁ ବିତରକ ଏଠାରେ ଫୋପାଡ଼ି ଛନ୍ତି ତାହା ଜଣାପଡି ନାହିଁ l ଯଦି ଏହି ମୃଦୁ ପାନୀୟ ଗୁଡିକର ଏକ୍ସପାୟରୀ କିମ୍ୱା କୌଣସି କାରଣରୁ ଲିକେଜ ହୋଇଥିବାରୁ ଏଠାରେ ଫୋପାଡ଼ି ଯାଇଥାଏ ତାହା ସ୍ପଷ୍ଟ ହୋଇପାରି ନାହିଁ l ସେହି ରାସ୍ତା ଯାଉଥିବା କିଛି ଲୋକ ନିଜ ସାଥିରେ ନେଇଯାଉଥିବା ବେଳେ କିଛି ପିଲା ସେହି ବୋତଲଗୁଡିକୁ ଖୋଲି ଖେଳିବା ଦେଖାଯାଇଥିଲା l ଏହି ମୃଦୁ ପାନୀୟ ବୋତଲଗୁଡିକ ରାସ୍ତା କଡ଼ରେ ପଡିରହିଥିବା ଏହାକୁ ମନୁଷ୍ୟ କିମ୍ବା ଜୀବଜନ୍ତୁ ପିଇଥାନ୍ତି ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଲେ କିଏ ଦେଇ ରହିବ ବୁଦ୍ଧିଜୀବି ମହଲ ଚର୍ଚ୍ଚା ପାଲଟିଛି l ତା ସହ ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବକୁ ସାଧାରଣରେ ଦାବି ହେଉଛି l

nis-ad
Leave A Reply

Your email address will not be published.