ଛତ୍ରପୁର, : ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁଙ୍କ ଜୀବନ ହାନି ଘଟିଲା ।
ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭାରତ ବାସୀ ଙ୍କ ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମିତ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସାଂଗକୁ ବିଶ୍ଵହିନ୍ଦୁ ପରିଷଦ ଏଵଂ ବଜରଙ୍ଗଦଳ ଏହି ଭୀରୁ କାର୍ଯ୍ୟକୁ ସଂପୂର୍ଣ ରୂପେ ନିନ୍ଦା କରିଛନ୍ତି । ପ୍ରକାଶ ଥାଉକି, ଜାମୁ କାଶ୍ମୀର ସ୍ଥିତ ବୈଷ୍ଣବ ଦେବୀ କଟ୍ରାରୁ ଶିବ ଖଡ଼ି ଦେଇ ତୀର୍ଥଯାତ୍ରୀ ବସ ଯାଉଥିବା ସମୟରେ ଜୁନ ୯ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ଜଣ ନିର୍ଦ୍ଦୋଷ ରେ ହିନ୍ଦୁ ଯାତ୍ରୀମାନଙ୍କ ଜୀବନ ଚାଲିଗଲା । ଏହି ଘଟଣାକୁ ସମଗ୍ର ଦେଶବାସୀ ଦୃଢ଼ ନିନ୍ଦା କରିଛନ୍ତି । ଏଥି ସହ ସରକାର ଆତଙ୍କବାଦୀ ଦମନ କାର୍ଯ୍ୟ କୁ ଅଧିକ ଦୃଢତା ର ସହ ମୁକାବିଲା କରିବାକୁ ବଜରଙ୍ଗ ଦଳ ତରଫରୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଦାବିପତ୍ର ଗୁରୁବାର ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବଜରଙ୍ଗ ଦଳ ଏହି ଅଘଟଣରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରିବାସହ ତାଙ୍କ ପରିବାର ପ୍ରତି ସହାୟ ହେବାପାଇଁ ସରକାରଙ୍କୁ ନିବେଦନ କରିଛି। ଜାମୁ କାଶ୍ମୀରରୁ ୩୭୦ ଧାରା ଉଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ଏଭଳି ଆକ୍ରମଣ ସେହି ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.