ଫୁଲବାଣୀ : ଏହି ରଜପର୍ବ ହେଉଛି ପ୍ରତି ଓଡିଆ ମାନଙ୍କର ଗର୍ବ ଉଲ୍ଲାସର ଗଣ ଉତ୍ସବ । ପ୍ରତି ବର୍ଷ ଆସାଢ ମାସ ଆରମ୍ଭରେ ଏହି ପର୍ବକୁ ପ୍ରତିଟି ଓଡିଆ ବିଭିନ୍ନ ପିଠାପଣାର ଆସର ସହିତ ଦୋଳି ଖେଳ, ପୁଚି ଖେଳ ଇତ୍ୟାଦି ମାଧ୍ୟମରେ ବଡ ଡ ଧୁମଧାମରେ ପାଳନ କରିଥାଆନ୍ତି । ସାଧାରଣତଃ ଏହା ପ୍ରଥମ ରଜ ବା ପହିଲି ରଜ, ରଜ ସଂକ୍ରାନ୍ତି ଓ ଶେଷ ରଜ ଏହିଭଳି ତିନିଦିନ ଧରି ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷିରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ମୁନିସିପାଲିଟି ଫୁଲବାଣୀଙ୍କ ମିଳିତ ସହଯୋଗରେ ସାଇନ୍ସ ପାର୍କ କନ୍ଧମାଳ ଠାରେ ରଜପର୍ବ- ୨୦୨୪ ପାଳନ ସୁଭାରମ୍ଭ ହୋଇଯାଇ ଯାଇଛି । ଉଦ୍ଘାଟନୀ ଦିବସରେ ଫୁଲବାଣୀ ସମନ୍ବିତ ଆଦିବାସି ଉନ୍ନୟନ୍ନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୁଇଁଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସଜ୍ଜିତ ଦୋଳିକୁ ଉଦ୍ଘାଟନ କରି ପରମ୍ପରା ର ନିଆରା ପର୍ବକୁ ଏହିଭଳି ଆୟୋଜନ କରି ସମସ୍ତ ବର୍ଗର ଜନସାଧାରାଣଙ୍କୁ ଯୋଡି ପାରିଥିବାରୁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ପର୍ବ ସାଇନ୍ସ ପାର୍କ ପାଇଁ ଏକ ନୂତନ ପରିଚୟ ହେବ ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ବିଭିନ୍ନ ପ୍ରତିଯୋଗିତା ସହିତ ରଜ ଦୋଳି ଓ ରଜ ଗୀତର ମଜାରେ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଚାଲିବ ବୋଲି କହିଥିଲେ । ବରିଷ୍ଠ ଆଇନ୍ଜିବି ବିଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ବରିଷ୍ଠ ନାଗରିକ ମାନଙ୍କର ଉପସ୍ଥିତି ପର୍ବପାଳନକୁ ନିଶ୍ଚିତ ଟିକେ ନିଆରା କରିଛି ବୋଲି କହିଥିଲେ ।
ପ୍ରଥମ ଦିନର ଉଦ୍ଘାଟନୀ ଉତ୍ସବରେ ମହିଳା ବର୍ଗ ଓ ବରିଷ୍ଠ ପୁରୁଷ ବର୍ଗରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଜାଇଥିବା ବେଳେ ଦୁଇଦିନ ଧରି ହୁଳ ହୁଳୀ ପ୍ରତିଯୋଗିତା, ପୁଚିଖେଳ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା ଓ ରଜପିଠା ପ୍ରତିଯୋଗିତା ଭଳି ଅନେକ କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବରିଷ୍ଠ କର୍ମୀ ପ୍ରଦୀପ ସ୍ୱାଇଁ କହିଥିଲେ । ବରିଷ୍ଠନାଗରୀକ ମଂଚର ସଭାପତି ପ୍ରଣବ କୁମାର ମଣ୍ଡଳ, ନବକିଶୋର ପଣ୍ଡା ଓ ଅମିୟ କୁମାର ଦାସ ସାମିଲ ହୋଇ ପାରମ୍ପରିକ ରଜ ଉତ୍ସବ ର ନିଆରା ଅନୁଭୂତିକୁ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ରେ ସୁର ସାର ଓ ମୁଷ୍କାନ୍ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ବିଶ୍ଵ ରଞ୍ଜନ କର, ଶିବସୁନ୍ଦର ସାହୁ, ଓ ସରସ୍ଵତୀ ବିନ୍ଧାଣୀ ପାରିଚାଳନା ରେ ସହଯୋଗ କରିଥିଲେ । ସାଇନ୍ସପାର୍କ ର ସମସ୍ତ କର୍ମକର୍ତ୍ତା ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।