ସଙ୍କୁଳସ୍ତରୀୟ ତିନିଦିନିଆ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍ଘାଟିତ

ଛତ୍ରପୁର : ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି l
ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସଂସ୍କୃତି ପ୍ରେମୀ ଶ୍ରୀ ବଳଭଦ୍ର ରଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ ସ୍ୱରୂପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରଧାନଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ଵାଗତ ଭାଷଣ ଦେଇଥିଲେ । ସଙ୍କୁଳ ପ୍ରମୁଖ ଡ଼ଃ. ଜେ.କୁର୍ମା ରାଓ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀ ପ୍ରକାଶଚନ୍ଦ୍ର ପାତ୍ର ଯୋଗ ଦେଇ ନିଜ ଉଦବୋଧନ ରେ ରାଷ୍ଟ୍ରୀୟ ଚ଼େତନା ଓ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ,ଜିଲ୍ଲାର ସହ ଜିଲ୍ଲା ପ୍ରମୁଖ ଶ୍ରୀ ବିପିନ ଚନ୍ଦ୍ର ପଟ୍ଟନାୟକ, ପରିଚାଳାନା ସମିତିର ସଦସ୍ୟ ଶ୍ରୀ ରାମପ୍ରସାଦ ପଟ୍ଟନାୟକ,
ସଙ୍କୁଳ ର ପ୍ରଧାନାଚାର୍ଯ୍ୟମାନଙ୍କ ମଧ୍ୟରେ ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର, ଶ୍ରୀ ତ୍ରିନାଥ ନାୟକ, ଶ୍ରୀ ନିତ୍ୟାନନ୍ଦ ସାହୁ, ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୯୩ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଚଳିତ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ବୋଲି ଅନୁଷ୍ଠାନର ପ୍ରଧନାଚର୍ଯ୍ୟ ରବିନ୍ଦ୍ର ନାଥ ଦାଶ କହିଛନ୍ତି ।।

nis-ad
Leave A Reply

Your email address will not be published.