ବରିଷ୍ଠଙ୍କୁ ଦୁରେଇ ରଖିବା ବଡ କାରଣ: ଶଶିଭୂଷଣ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଦୀର୍ଘ ୨୪ ବର୍ଷ ପରେ ସରିଛି ନବୀନ ଯୁଗ  । ୨୪ ବର୍ଷର ଶାସନ ଭିତରେ ଦେଶରେ ଅପ୍ରତିଦ୍ୱନ୍ଦ୍ୱୀ ଓ ଅପରାଜେୟ ନେତା ପାଲଟିଥିଲେ ନବୀନ ପଟ୍ଟନାୟକ । ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ହାରିଲା ବିଜେଡି ?

ଏହାରି ଭିତରେ  ବିଜେଡିର ବଡ ବଡ ନେତା ମୁହଁ ଖୋଲିଛନ୍ତି । ଗତକାଲି ଅରୁଣ ସାହୁଙ୍କ ପରେ ଆଜି ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ଦଳର ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନାରୁ ଦୂରେଇ ରଖିବା ପରାଜୟର ଅନ୍ୟତମ ମୁଖ୍ୟ କାରଣ ।

ଯାହା ସାଧାରଣରେ ଗ୍ରହଣୀୟ ହୋଇପାରି ନାହିଁ । ଓଡିଶାର ଲୋକସଭା ଏବଂ ବିଧାନସଭା ଫଳାଫଳ ବିଶେଷ ଭାବରେ ସମସ୍ତଙ୍କୁ ଚକିତ କରିଦେଇଛି । ନିର୍ବାଚନ ପରିଚାଳନାରେ କିଛି ତ୍ରୁଟି ହେଇଛି ଏବଂ ତାର ସମୀକ୍ଷା ଦଳ କରିପାରେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା ।

nis-ad
Leave A Reply

Your email address will not be published.