ବାଲେଶ୍ୱର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ବର:ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ  । ୧ ମିନିଟରେ ୨ରୁ ୩ ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଲୋକମାନେ ଅନୁମାନ କରୁଛନ୍ତି ।

ଏହାର କାରଣ କଣ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପାଖାପାଖି ୧ଟା୫୩ରୁ ୧ଟା୫୪ ଭିତରେ ଏହି ଶବ୍ଦ ୨ଥର ହୋଇଥିଲା । ଏହି  ପ୍ରଚଣ୍ଡ ଶବ୍ଦରେ ଆତଙ୍କିତ ହୋଇଥିଲେ ଲୋକେ । କହିବାକୁ ଗଲେ ଏହିଭଳି ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ଶବ୍ଦ ଟି କେଉଁଠି ଆସିଲା ଏହାର ନିଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

nis-ad
Leave A Reply

Your email address will not be published.