ଗ୍ରାମୀଣ ଉଦ୍ୟୋଗୀ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଛତ୍ରପୁର : ଗଞ୍ଜାମ ଅଲାରିଗଡ଼ ସ୍ଥିତ ଗ୍ରାମୀଣ ଉଦ୍ୟୋଗୀ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ପାଲାଡିଅମର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଆଇଟିଆଇ ପରିସରରେ ଚାଲିଥିବା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି l ଗତ ମେ ମାସ ୪ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସରକାରୀ ଆଇଟିଆଇ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ନିଜେ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ତାଲିମ ନେଇଥିଲେ l

ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀଙ୍କୁ ଗ୍ରାମୀଣ ଉଦ୍ୟୋଗୀ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ବାବୁଲା ସ୍ୱାଇଁ ଓ ପ୍ରଶିକ୍ଷକ ଡିମ୍ପଲ ସିଂ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ଆଜି ଏହାର ଉଦଯାପନୀ ଦିବସରେ ଜିଲ୍ଲା ନିୟୋଜନ ଅଧିକାରୀ ପି. ଏସ. ନାୟକ, ସରକାରୀ ଆଇଟିଆଇ ର ପ୍ରିନ୍ସିପାଲ ପ୍ରିୟବ୍ରତ ପଣ୍ଡା ଯୋଗ ଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରକୁ ପ୍ରଶଂସା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସୁକାନ୍ତ ପଣ୍ଡା ପରିଚାଳନା କରିଥିବା ବେଳେ ଅନିଲ କୁମାର ତାରିଣୀ ଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.