ଖଜୁରୀ ଗଛରୁ ଝୁଲନ୍ତା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ବରଙ୍ଗ କଇଁଫୁଲିଆ ବନ୍ଧ ନିକଟରେ ଥିବା ଖଜୁରୀ ଗଛ ରୁ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରିଛି ପୋଲିସ | ମୃତ ବ୍ୟକ୍ତି ଜଣକ ହେଲେ ବରଙ୍ଗ ଗ୍ରାମର ସୁରେନ୍ଦ୍ର ତରେଇ (47) | ତେବେ ସୁରେନ୍ଦ୍ର ଙ୍କୁ କିଏ ମାରିକି ଖଜୁରୀ ଗଛ ରେ ଝୁଲାଇଛି ନା ସେ ନିଜ କୋଣସି କାରଣ କୁ ନେଇ ଆତ୍ମହତ୍ୟା କରିଛନ୍ତି, ଏହା ପୋଲିସ ର ତଦନ୍ତ ପରେ ସତ୍ୟତା ଜଣାପଡିବ | ଅନ୍ୟପଟେ ଖଜୁରୀ ଗଛ ନିକଟରେ ମୃତ ସୁରେନ୍ଦ୍ର ଙ୍କ ବାଇକ ସହ ପେଣ୍ଟ -ସାର୍ଟ ଏବଂ ହେଲେମେଣ୍ଟ ରହିଛି, ସୁରେନ୍ଦ୍ର ଏକ ରଙ୍ଗ ଟୋବଲ ପିନ୍ଧିଥିବା ସହ ରସି ଦ୍ୱାରା ଗଛ ରେ ଝୁଲୁ ଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.