ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣଚନ୍ଦ୍ର ନାୟକ

ଛତ୍ରପୁର : ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣ ଚନ୍ଦ୍ର ନାୟକ l କୃଷ୍ଣ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁବାସ ଚନ୍ଦ୍ର ବେହେରା ଙ୍କ ଠାରୁ ୧୧୨୬୫ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l ଛତ୍ରପୁର ବିଧାନସଭା ପାଇଁ ବିଜେପି ର କୃଷ୍ଣ ଚନ୍ଦ୍ର ନାୟକ ୭୪୬୨୭ ଭୋଟ ପାଇଥିବା ବେଳେ ବିଜୁ ଜନତା ଦଳର ସୁବାସ ଚନ୍ଦ୍ର ବେହେରା ୬୩୩୬୨ ଖଣ୍ଡ ଭୋଟ, କଂଗ୍ରେସ ର ଭାଗିରଥି ବେହେରା ୭୧୨୧ ଖଣ୍ଡ ଭୋଟ, ସିପିଆଇ ର ଗୁରୁନାଥ ପ୍ରଧାନ ୩୯୫୫ ଖଣ୍ଡ ଭୋଟ ପାଇଛନ୍ତି l ତେବେ ବିଜେପିର କୃଷ୍ଣ ୧୧୨୬୫ ଭୋଟ ବ୍ୟବଧାନରେ ବିଜୟୀ ହାସଲ କରିଛନ୍ତି l ରାଜ୍ୟରେ ପରିବର୍ତ୍ତନ ସ୍ୱର ଯୋଗୁଁ ବିଜେପି ଆଜି ଏହି ସଫଳତା ହାସଲ କରିଛନ୍ତି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ଲୋକେ ବିଶ୍ୱାସ କରି ଆଜି ବିଜେପି କୁ ବିଜୟୀ କରିଛନ୍ତି l ତେଣୁ ଲୋକଙ୍କ ସହିତ ମିଶି ସେମାନଙ୍କ ଦୁଃଖ ସୁଖ ରେ ନିଜକୁ ସାମିଲ କରିବେ ବୋଲି କୃଷ୍ଣ ନାୟକ କହିଛନ୍ତି l

nis-ad
Leave A Reply

Your email address will not be published.