ନିଃସର୍ତ୍ତ କଥା ସତ ହେଲା…:ଗଞ୍ଜାମରୁ ମୂଳ ପୋଛ ହେଲା ବିଜେଡି…

ପ୍ରଦୀପ ପାଣିଗ୍ରାହୀ ଙ୍କ ଉକ୍ତି ଲେଖା ଛିଡି଼ବ ସତ୍ୟ ହେଲା..


ଵ୍ରହ୍ମପୁର: ୪-୬ ପ୍ରଦୀପ ପାଣିଗ୍ରାହୀ ଯେଉଁ ଭଳି ଲେଖା ଛିଡ଼େଇବା କଥା ଆରମ୍ଭ ରୁ କହିଥିଲେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି।ଗଞ୍ଜାମ ଟାଇଗେର ଭଳି ଗର୍ଜନ କରି ସିଧା ପଣ୍ଡିଆନ କୁ ଟାର୍ଗେଟ କରି ବିଜେପିର ନିକଟତର ହେବା ସହ ଵ୍ରହ୍ମପୁର ଭଳି ସଂସଦୀୟ କ୍ଷେତ୍ରରେ ବିଜେପି ରୁ ଟିକେଟ ପାଇଲେ। ଗଞ୍ଜାମ ଜିଲ୍ଲାରୁ ସର୍ବ ପ୍ରଥମେ ପ୍ରଦୀପ ପାଣ୍ଡିଆନଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ବିଜେଡ଼ି ଦଳ ମୁଖିଆ ଙ୍କୁ ଜିଲ୍ଲା ସମେତ ରାଜ୍ୟ ମଧ୍ୟରେ ତାଙ୍କ ଭୂମିକା ସମ୍ପର୍କରେ କହି ଦଳରୁ ତଡ଼ା ଖାଇ ଶେଷରେ ଜେଲ ମଧ୍ୟ ଯାଇଥିଲେ। ବିଜେପି ଦଳରେ ସାମିଲ ହେବାପରେ ବିଜେଡ଼ି ର ବଡ଼ ଶତ୍ରୁ ପାଲଟିଥିଲେ ପଦୀପ ପାଣିଗ୍ରାହୀ। ସେ ଯେଉଁ ଦିନରୁ ବିଜେପି ରେ ଯୋଗ ଦେଇଥିଲେ, ସେ ଦିନରୁ ଲେଖା ଛିଡିବ ବୋଲି କହି ଆସୁଥିଲେ ଆଜି ତାହା ପ୍ରମାଣିତ କରିଦେଇଛନ୍ତି। ଆସିକା ସଂସଦୀୟ କ୍ଷେତ୍ରର କେବଳ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ଛାଡି ଵ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ଲେଖା ଛିଡେଇ ଦେଇଛନ୍ତି। ପ୍ରଦୀପ ଙ୍କ ପ୍ରଭାବ ଓ ମୋଦିଙ୍କ ଘନ ଘନ ଓଡିଶା ଆସିବା ଫଳରେ ବିଜେପି ରାଜ୍ୟ ସିଂହାସନ ଆଜି ହାତେଇଛି।ନିସର୍ତ୍ତ ରେ ଆମେ ପୂର୍ବରୁ ଅନେକ ଥର ଲେଖିଥିଲୁ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟ ନଗର, ଆସିକା,ସୋରଡ଼ା ସମେତ ଛତ୍ରପୁର, ଵ୍ରହ୍ମପୁର, ଚକିଟି ଓ ଦିଗପହଣ୍ଡି ବିଧାନସଭା ଆସନ ଓ ବିଜେଡ଼ି ର ଗଡ଼ ହାତରୁ ଚାଲିବାର ସମ୍ଭାବନ ରହିଛି ବୋଲି। ତାହା ଆଜି ସତରେ ପ୍ରମାଣିତ ହୋଇଛି। ଆସିକା ସଂସଦୀୟ କ୍ଷେତ୍ରରେ ହରସାହୁ ଙ୍କ ଝିଅ ରଞ୍ଜିତା ସାହୁଙ୍କୁ ବିଜେଡ଼ି ସାଂସଦ ଟିକେଟ ଦେବା ପରେ ବିଜେଡ଼ି ର ସବୁ ଅଙ୍କ ଫେଲ ହୋଇଗଲା ବୋଲି ମଧ୍ୟ ଆମେ ନିସର୍ତ୍ତ ରେ ଖବର ପ୍ରକାଶ କରିଥିଲୁ। ଦୀର୍ଘ ୨୫ ବର୍ଷର ବିଜେଡ଼ି ତାର ଦୁର୍ଗ ଭାବେ ରାଜ୍ୟରେ ଶାସନ କରି ଆସୁଥିଲେ। କେବଳ ପାଣ୍ଡିଆନ ଓ କିଛି ଗୋଦି ମିଡ଼ିଆ ପାଇଁ ଆଜି ବିଜେଡ଼ି ର ଏହି ଅବସ୍ଥା ହୋଇଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଏବେ ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ହାତରେ ଶାସନ ଗାଦିର ଡୋରି ଜନତା ଦନାର୍ଦନ ଦେଇଛନ୍ତି। ଗର୍ବ ଅହଂକାର ର ଅନ୍ତ ଘଟିଛି, ଦୁଃଖର ସହିତ ଲେଖିବାକୁ ପଡୁଛି ବହୁ ସ୍ୱାଭିମାନ ସାମ୍ବାଦିକ ନିଜ ପରିଚୟ ମଧ୍ୟ ହରାଇ ବସିଥିଲେ,ଅମଲାତନ୍ତ୍ର ଶାସନ ରେ ମଧ୍ୟ ଅନେକ ସ୍ୱାଭିମାନୀ ଅଫିସର ଦବାବ ରେ ନିଜ କାର୍ଯ୍ୟ କରୁଥିବା ନଜିର ରହିଛି l ଓଡ଼ିଶାର ଅସ୍ମିତା କୁ ସଂମ୍ମାନ ମିଳିଛି ବୋଲି ଆଜି ସାଧାରଣ ରେ ଚର୍ଚ୍ଚା ହେଉଛି l ବିଜେଡି ହଟିବାର ଥିଲା ହଟିଲା ବୋଲି ଜନତା ଜନାର୍ଦ୍ଧନ ମତ ଦେଇଛନ୍ତି l ଗଞ୍ଜାମ ଜିଲ୍ଲା ରେ ବିଜେଡି ଏପରି ହାରିବ ଏହା କଳ୍ପନା ରୁ ବାହାରେ ଥିଲା ଯାହାକି ବିଜେଡି ଇତିହାସ ରଚିବ କଣ ଇତିହାସ ହୋଇ ରହି ଗଲା ବୋଲି ସାଧାରଣ ରେ ଚର୍ଚ୍ଚା…

nis-ad
Leave A Reply

Your email address will not be published.