ନିଖୋଜ ମହିଳାଙ୍କ ଶବ ଉଦ୍ଧାର…


ବେଲଗୁଣ୍ଠା-୨/୬-ବେଲଗୁଣ୍ଠା ଥାନା ଅର୍ନ୍ତଗତ କେବିରି ବରପୁର ଗ୍ରାମର ନିଖୋଜ ଥିବା ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,ଏହି ଗ୍ରାମର ସୁବାସ ସ୍ୱାଇଁଙ୍କ ପତ୍ନୀ ବଙ୍ଗାଳୀ ସ୍ୱାଇଁ(୬୬) ଗତ ୩୦ ତାରିଖରୁ ନିଖୋଜ ଥିଲେ ।ଏ ନେଇ ସୁବାସ ବେଲଗୁଣ୍ଠା ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ ।ବେଲଗୁଣ୍ଠା ପୋଲିସ ୨୭/୨୪ରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।ଗତକାଲି କେବିରି ବରପୁର ନିକଟସ୍ଥ ବାସଙ୍ଗ ପୀଠ ନିକଟରୁ ବନବିଭାଗ କର୍ମଚାରୀ ମାନେ ବଙ୍ଗାଳୀଙ୍କ ଶବ ଠାବ କରି ବେଲଗୁଣ୍ଠା ପୋଲିସ କୁ ଖବର ଦେଇଥିଲେ ।ବେଲଗୁଣ୍ଠା ପୋଲିସ ଏ ନେଇ ପରିବାର ବର୍ଗଙ୍କୁ ଖବର ଦେଇଥିଲେ l ଶବ ଚି଼ହ୍ନଟ ପରେ ବଙ୍ଗାଳୀଙ୍କ ଶବ ଉଦ୍ଧାର କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ଅଭୟ ପ୍ରଧାନ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.