୨୨ ସରକାରୀ ବିଦ୍ୟାଳୟ କୁ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ…

ଫୁଲବାଣୀ: ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ସ୍କୁଲରେ ରୂପାନ୍ତରିତ ହୋଇଛି।ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ହେଲେବି ଶିକ୍ଷାଦାନରେ ଗୁଣାତ୍ମକ ମାନ ବୃଦ୍ଧି ହୋଇପାରୁ ନାହିଁ। ଗତ ୨୬ ତାରିଖରେ ମାଟ୍ରିକ ପରୀକ୍ଷା ଘୋଷଣା ହୋଇଛି। ଫଳରେ କନ୍ଧମାଳ ଜିଲ୍ଲାରେ ପାସ୍‌ ହାର ୯୬.୬ ରହିଛି। ତେବେ ଏ-୧ ଗ୍ରେଡ୍ ହାସଲରେ ଜିଲ୍ଲାର ସ୍ଥିତି ବହୁତ ଖରାପ ରହିଚି । ଜିଲ୍ଲାରେ ପ୍ରାୟ ୧୦ ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମାତ୍ର ୧୫ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏ ଦିଗରେ ସରକାରୀ ସ୍ମାର୍ଟ ବିଦ୍ୟାଳୟର ସ୍ଥିତି
ନିରୁତ୍ସାହଜନକ ରହିଛି। ଏପରିକି ଅନେକ
ବିଦ୍ୟାଳୟରେ ଏ-୨ ଗ୍ରେଡ୍ ମଧ୍ଯ ନାହାନ୍ତି।ଜିଲ୍ଲାର ପ୍ରମୁଖ ତଥା ପୁରାତନ ଶିକ୍ଷାନୁଷ୍ଠାନ ଏଜେଓ ଉଚ୍ଚବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇକିଆ ବିଜୟ ହାଇସ୍କୁଲ, ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ଜି.ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ ପରୀକ୍ଷାରେ ଭଲ ଫଳ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ସରକାରୀ ବିଦ୍ୟାଳୟଗୁଡ଼ିକର ଏଭଳି ଫଳ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l
ଜିଲ୍ଲାର ୨୨ଟି ଉଚ୍ଚ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଥ୍ ମଧ୍ୟରେ ୧୯ଟି ସରକାରୀ ସ୍ମାର୍ଟ ବିଦ୍ୟାଳୟ ସହିତ ଫୁଲବାଣୀ ପୁଲିସ ହାଇସ୍କୁଲ, ଶ୍ରୀ ସତ୍ୟସାଇ ହାଇସ୍କୁଲ, ରାଇକିଆ ସେଣ୍ଟ କ୍ୟା ଥେରିନ ହାଇସ୍କୁଲ ରହିଛି। କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଏହି ବିଦ୍ୟାଳୟ ମାନଙ୍କୁ ନୋଟିସ ଜାରି କରିଥିବା କହିଛନ୍ତି। ସରକାରଙ୍କ ସମସ୍ତ ସହାୟତା ସତ୍ତ୍ୱେ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନରେ କୌଣସି ଉନ୍ନତି ହେଉଥବା ପରିଲକ୍ଷିତ ହେଉନାହିଁ । ଛାତ୍ର ଛାତ୍ରୀ ଏ-୧ କିମ୍ବା ଏ-୨ ଗ୍ରେଡ୍‌ରେ ମଧ୍ଯ ରହିବାକୁ ସକ୍ଷମ ହୋଇନାହାନ୍ତି। ତେଣୁ ଏ ସମ୍ପର୍କରେ ସାତ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

nis-ad
Leave A Reply

Your email address will not be published.