ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ହେବ ଗଣତି…

ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ କରିଛନ୍ତି ମତଦାନ..

ଫୁଲବାଣୀ : ଚଳିତ ବର୍ଷ ର ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ୪ ତାରିଖ ରେ ହେବ ଭୋଟ ଗଣତି।ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପାଇଁ ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ସୂଚନା ଦେଇଛନ୍ତି। ଦେଇଥିବା ସୂଚନା ଅନୁଯାୟୀ କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ପଲିଟେକନିକ ଠାରେ ଭୋଟ ଗଣତି କରାଯିବ। ସେହିପରି ବାଲିଗୁଡା ବିଧାନସଭା ଆସନ ଓ ଜି.ଉଦୟଗିରି ପାଇଁ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଗଣତି କରାଯିବ ବୋଲି ମଧ୍ୟ କୁହାଯାଇଛି । ଫୁଲବାଣୀରେ ସୁରୁଖୁରୁରେ ଗଣତି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରାୟ ୩୦୦ କର୍ମଚାରୀ ନିୟୋଜିତ ହେବେ। ଫୁଲବାଣୀ ବିଧାନସଭା ଆସନ ପାଇଁ ୧୦ଟି ଓ ଲୋକସଭା ଆସନ ପାଇଁ ୧୦ଟି ଟେବୁଲରେ ଗଣତି ହେବ। ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ଗଣତି ହେବ। ସେହିଭଳି ପୋଷ୍ଟାଲ ବ୍ୟାଲଟ୍‌ ପାଇଁ ଆଉ ୧୦ଟି ଟେବୁଲ ରହିବ। ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ
ଓ ପୋଷ୍ଟାଲ ମାଧ୍ୟମରେ ୧୪୫୦ ମତଦାନ କରିଥିବା ସୂଚନା ଦିଆଯାଇଛି। ୪ ତାରିଖ ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଗଣତି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.