ପ୍ରବଳ ଖରାରେ ପ୍ଲାଷ୍ଟିକ ବାନ୍ଧି ହାଟ କରିଲେ ଉଠା ବେପାରୀ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅଧୀନରେ ରାଏବଗା ପଞ୍ଚାୟତରେ ଥିବା ସାପ୍ତାହିକ ବଜାରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଠାବେପାରି ମାନେ ତାସହିତ ବଜାରରେ ପରିବା ନେବା ପାଇଁ ଆସିଥିବା ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ବଜାର ସପ୍ତାରେ ଦୁଇଦିନ ରବିବାର ଓ ଗୁରୁବାର ବସିଥାଏ | ଖରାରୁ ବଞ୍ଚିବା ପାଇଁ ଉଠା ବେପାରୀ ମାନେ ପୋଲାଷ୍ଟିକ ବାନ୍ଧି କରି ବସିଛୋନ୍ତି | ଏହି ବଜାରରେ ପିଇବା ପାଣିର ସୁବିଧା କରାଯାଇ ନାହିଁ କି ନଳକୂପ ମଧ୍ୟ ନାହିଁ |

ମହିଳାଙ୍କ ପାଇଁ ଶୌଚ କରିବା ପାଇଁ ମଧ୍ୟ ଶୌଚାଳୟ କରାଯାଇ ନାହିଁ | ବଜାରରେ ଦୂରଦୂରାନ୍ତରୁ ଆସିଥିବା ଉଠା ବେପାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବାରମ୍ବାର ରାଏବଗା ସରପଞ୍ଚ, ଇଓ ଓ କୁଆଁରମୁଣ୍ଡା ଉନ୍ନୟନ ଅଧିକାରୀ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ ! ବଡ଼ ଅଧିକାରୀ ମାନେ ଆସ୍ୱାସନ ଦେଇ ଠକି ଦେଇ କହନ୍ତି ଆଜି କଥା ହେଇ କାମ କରାଇ ଦେବୁ କିନ୍ତୁ ବର୍ଷ ବର୍ଷ ବିତି ଯାଇଛି ଆଜି ପର୍ଯ୍ୟନ୍ତ କିଛିବି କାମ ହେଇପାରୁ ନାହିଁ | ଆଜି ୪୩% ଖରାରେ ନୀରିହ, ଗରିବ ଅସହାୟ ମହିଳା ମାନେ ନିଜର ଛୋଟ ଛୋଟ ଛୁଆଙ୍କୁ ନେଇଁ ବଜାର କରୁଛନ୍ତି | ବଡ଼ ଅଧିକାରୀ ମାନେ ନିଜେ ଏସି ରୁମରେ ରହି ନିଜର କାର୍ଯ୍ୟକରୁଛନ୍ତି କିନ୍ତୁ ଖଟିଖିଆ ଚାଷୀ ମାନଙ୍କ ପାଇଁ ଖାରାରୁ ବଞ୍ଚିବା ପାଇଁ ବଜାରରେ ଛାତ ନାହିଁ | ତାସହିତ ଦୂରଦୂରାନ୍ତରୁ ଆସିଥିବା ଉଠା ବେପାରୀଙ୍କ ପାଇଁ ସ୍ୱଚ୍ଛ କରିବା ପାଇଁ ସୁବିଧା କରାଯାଇ ନାହିଁ ବେଶୀ ମହିଳା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ସମସ୍ୟାର କେବେ ସମାଧାନ ଓଡ଼ିଶା ସରକାର ଦୂର କରିବେ ଦେଖିବାକୁ ବାକି ରହିଲା !

nis-ad
Leave A Reply

Your email address will not be published.