ମା’ ରାମାୟଣାମ୍ମା ଦ୍ବିତୀୟ ସନ୍ଧ୍ୟାର ଘଟଯାତ୍ରା : ଜଗମାଲ୍ ରାଜଙ୍କ ଘର ଦ୍ୱାରେ ମାଆ ସାନ୍ତାଆଣୀ ରାଜଭୋଗ ସାରିଲେ

ଛତ୍ରପୁର : ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଙ୍କ ଦ୍ବିତୀୟ ସନ୍ଧ୍ୟା ର ଘଟଯାତ୍ରା ଏକ ନିଆରା ଅଟେ ।। ଆଜି ମା’ ଅପରବସଷ୍ଟାଣ୍ଡ ଅଭିମୁଖେ ବାହାରିଛନ୍ତି । ପ୍ରକାଶ ଥାଉକି ତତ୍କାଳୀନ ସମୟରେ ଜଗମାଲ୍ ରାଜ୍ ବୋଲି ଜଣେ ଗୁଜୁରାଟୀ ପରିବାର ଛତ୍ରପୁର ର ଷ୍ଟେସନ ରୋଡ଼ ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିଆସୁଥିଲେ । କିଛି ଦିନର ରହଣି କାଳରେ ସେହି ପରିବାର ମା’ ରାମାୟଣାମ୍ମା ଙ୍କ ଆଶିଷ ଲାଭ କରିଆସିବା ପରେ ଏହି ପାରମ୍ପରୀକ ଯାତ୍ରାର ଆୟୋଜନ ରେ ସେ ମଧ୍ୟ ଜଡ଼ିତ ହୋଇଥିଲେ, ଏବଂ ସେ ଜଣେ ପୃଷ୍ଠପୋଷକ ସାଜି ଥିଲେ । ଯାହାକି ଏହି ମହନୀୟ ପରମ୍ପରାର ବର୍ଣ୍ଣାଢ଼୍ୟ ସମ୍ଭାର ଯାତ୍ରା ର ଦ୍ୱିତୀୟ ଦିବସର ସନ୍ଧ୍ୟା ତାଙ୍କରି ଖର୍ଚ୍ଚରେ ତାଙ୍କରି ବାସଭବନ କୁ ମାଆ ଆଗମନ କରିଥିଲେ । ରାଜ୍-ଭୋଗ ସାରି ଆନନ୍ଦ ତୃପ୍ତି ହୋଇଥିଲେ । ଅଧୂନା ସେହି ପରିବାର ଲୋକେ ଆଉ କେହି ଏଠାରେ ନାହାଁନ୍ତି, ସତ କିନ୍ତୁ ତାଙ୍କରି ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ଆଞ୍ଚଳିକ ବ୍ରାହ୍ମଣ ପରିବାର ଯଥା ଶ୍ରୀମାନ କ୍ରିଷ୍ଣା ପାଣିଗ୍ରାହୀ ଙ୍କ ପରିବାର ଲୋକେ ଏହି ଯାତ୍ରା ସମାହିତ କରି ଆସୁଛନ୍ତି । କିନ୍ତୁ ତତ୍କାଳୀନ ସ୍ୱର୍ଗୀୟ ଜଗମାଲ୍ ରାଜ୍ ପରିବାର ଙ୍କ ନାମରେ ଏହି ପୂଜା / ରାଜ ଭୋଗ ତଥା ଦ୍ୱିତୀୟ ଦିବସର ଯାତ୍ରା ସମୟ କ୍ରମେ ଚିରା ଚରିତ ପ୍ରଥାରେ ପ୍ରଚଳିତ ହେଇ ଆସିଥିବା କୁହାଯାଏ ।
ମା’ ଙ୍କ ଠାରେ ଆଜି ସନ୍ଧ୍ୟାବେଳେ ପ୍ରଥମେ ମଣ୍ଡା ପିଠା ଭୋଗ ଲାଗି ହୋଇଛି । ସନ୍ଧ୍ୟା ଆରତୀ, ଭୋଗରାଗ ବନ୍ଦାପନା ପରେ ଦେବୀ ଙ୍କର ମୁଖ୍ୟ ସହଚରୀ କାଳିକା ରାଣୀ ହାତ ଧରି ଡାକିବା ପୂର୍ବକ ରଣପା କାଳୀ ଙ୍କ ପ୍ରଥମେ ନାଚ ହୋଇଥିଲା । ପରେ ମା’ ଘଟ ଯାତ୍ରାରେ ବାହାରିଥିଲେ । ଉକ୍ତ ପରିବାର ଙ୍କ ଘର ଦାଣ୍ଡ ଦ୍ଵାର ସମ୍ମୁଖରେ ଦେବୀ ଦଶଭୁଜା ରୂପଣି ଅର୍ଥାତ୍ ଲୌକିକ ମତରେ ଦଶଜଣ ମହିଳାଙ୍କୁ ଅଙ୍ଗ ବସ୍ତ୍ର ପରିଧାନ କରି ଠାକୁର ଙ୍କୁ ସମ୍ବର୍ଦ୍ଧିତ କରାଇ ଦୀପ ଧୂପ , ରାଜ ଭୋଗ ଲାଗି, ଆରତୀ ବନ୍ଦାପନା ହୋଇ ମାଆ ସେଠାରୁ ଫେରିଥିଲେ ।
କ୍ରିଷ୍ଣା ପାଣିଗ୍ରାହୀଙ୍କ ପରିବାର ସମୂହ ଉପସ୍ଥିତ ହୋଇଥିଲେ । ଦେବୀ ଙ୍କ ବିଭୂକୃପା ଲାଭ କରି ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଦେବୀ ପ୍ରସନ୍ନ ହେଇଥିଲେ ।
ମାଆ ସାନ୍ତାଆଣୀ ରାଜଭୋଗ ଖାଇ ଦେବୀ ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟଯାତ୍ରା ଖୁବ୍ ଉତ୍ସଵ ମୁଖର ହୋଇ ଉଠିଥାଏ । ଗୁରୁବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବୀଙ୍କ ଘଟ ଯାତ୍ରାରେ ଅଗଣିତ ଭକ୍ତ ଦେବୀ ଦଶଭୁଜା ମହାମାୟୀ ଙ୍କ ଅପରୂପ ସୌନ୍ଦର୍ଯ୍ୟ ବେଶ ଦେଖି ଦର୍ଶକ ବିମୋହିତ ହୋଇଥିଲେ ।।

nis-ad
Leave A Reply

Your email address will not be published.