ଶେରଗଡ଼ ତହସିଲ ଅଞ୍ଚଳରେ ଜମି ମାଫିଆଙ୍କ ରାଜ : କବ୍ଜା ରେ ଏକର ଏକର ଜମି…

ସନ୍ଦେହ ଘେରରେ ତହସିଲଦାର ଙ୍କ ଭୂମିକା…!!

ଚାଷ ଜମିକୁ ଶାଗ ମାଛ ଦରରେ କ୍ରୟ କରି ଲକ୍ଷାଧିକ ଟଙ୍କା ରେ ପ୍ଲଟବିକ୍ରି…..!


ଵ୍ରହ୍ମପୁର: ୩୧ -୫ ବ୍ରହ୍ମପୁର ଓ ଶେରଗଡ଼ ଅଞ୍ଚଳର ଜମି ମାଫିଆଙ୍କ କବଳ ରେ ବହୁ ଚାଷ ଜମିରେ ପ୍ଲଟକରି ବିକ୍ରି ହେଉଥିବା ଜଣାପଡ଼ିଛି। ଶେରଗଡ଼ ରାସ୍ତା କଡ଼ରେ ଥିବା ବହୁ ଚାଷ ଜମିକୁ ଜମି ମାଫିଆ ମାନେ ଚାଷୀମାନଙ୍କ ଠାରୁ ଶାଗ ମାଛ ଦରରେ କଳେ ବଳେ କ୍ରୟ କରିଛନ୍ତି। ସେ ଜମିରେ ପ୍ଲଟ କାଟି ବିକ୍ରି କରୁଥିଲେ ବି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏହି ସବୁ ରାସ୍ତା କଡର ଚାଷ ଜମି ରେ ପୂର୍ବରୁ ବିଭିନ୍ନ କିସମର ଚାଷ ହେଉଥିଲା। ସ୍ଥାନୀୟ ଅଞ୍ଚଳର ଦଲାଲ ମାନଙ୍କୁ ଜମି ମାଫିଆ ମାନେ ଅର୍ଥର ଲୋଭ ଦେଖାଇ ପ୍ଲଟିଙ୍ଗ କରି ବିକ୍ରି କରୁଥିବା ଜମି କୁ ପୁଣି ଘରବାରି କରି ଚଢ଼ା ଦରରେ ବିକ୍ରି କରୁଥିବା ଚର୍ଚ୍ଚା ଜୋର ଧରିଛି। କେତେକ ପ୍ଲଟରେ ଗୃହ ନିର୍ମାଣ କରି ଜମି ଦର୍ଶାଇ ରେଜିଷ୍ଟ୍ରେସନ କରୁଥିବା ମଧ୍ୟ ଅଭିଯୋଗ ହେଉଛି।ପୂର୍ବ ସୂଚନା ପାଇ ଯେଉଁ ସବୁ ଅଞ୍ଚଳ ରେ ସରକାରୀ କାର୍ଯ୍ୟାଳୟ ହେବ ସେ ଅଞ୍ଚଳ ର ଚାଷ ଜମି ମାଫିଆ ମାନେ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଯଦି କିଏ ପ୍ରତିବାଦ କରିଲେ ଆସିକା ଓ ଵ୍ରହ୍ମପୁର ଅଞ୍ଚଳ ର ମାଫିଆ ମାନଙ୍କ ଜରିଆରେ ଧମକ ଚମକ ମିଳୁଥିବା ନେଇ ଚର୍ଚ୍ଚା ହେଉଛି।ସନ୍ଧ୍ୟା ନଇଁଲେ ଉକ୍ତ ପ୍ଲଟିଙ୍ଗ ହୋଇଥିବା ସ୍ଥାନରେ ମାଫିଆ ମାନଙ୍କ ଆଡ୍ଡା ଜମୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସରକାରଙ୍କ ସମସ୍ତ ନୀତିନିୟମ କୁ ଉଲଘଂନ କରି ଚାଷ ଜମିରେ ପ୍ଲଟିଙ୍ଗ କରି ବିକ୍ରି କରାଯାଉଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଏହି ଅବ୍ୟବସ୍ଥା ହେବା ସହ ଦିଗପହଣ୍ଡି ଅଞ୍ଚଳ କୁ ଏବେ ଜମି ମାଫିଆ ମାନଙ୍କ ନେଟୱାର୍କ ଆରମ୍ଭ କରି ଚାଷ ଜମି କ୍ରୟ କରୁଥିବା ନଜିର କୁ ଆସିଛି। ଶେରଗଡ଼ କୁ ଏନଏ ସି ର ମାନ୍ୟତା ମିଳିବା ପରେ ଏହି ସବୁ ଚାଷ ଜମି ରେ ହୋଇଥିବା ପ୍ଲଟର ଚାହିଦା ବଢ଼ିଯାଇଛି। ବେଳ ଥାଉ ଥାଉ ପ୍ରଶାସନ ଯଦି ଜମି ମାଫିଆଙ୍କ ପ୍ରତି ଲଗାମ ନ ଲଗାଇଲେ ଶେରଗଡ଼ ଅଞ୍ଚଳରେ ଆଉ ଚାଷ ଜମି ସ୍ୱପ୍ନ ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.