ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ଦେବୀ, ବୁଧବାର ସନ୍ଧ୍ୟାରୁ ଆରମ୍ଭ ହେବ ଦେବୀଙ୍କ ଘଟଯାତ୍ରା !

ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି । ସନ୍ଧ୍ୟାରେ ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ହୋଇ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ମାଆ ଙ୍କୁ ଆମନ୍ତ୍ରଣ କରିବାକୁ ବାପ ଘର ଲୋକେ ଭୋଗ-ରାଗ ଧରି ଯାଇଥିଲେ । ମା’ଙ୍କୁ ପୂଜା ଆରାଧନା କରି ବାପ ଘରକୁ ଗମନ କରିବାକୁ ଆହ୍ବାନ କରିବା ପୂର୍ବକ ଭୋଗ ଅର୍ପଣ, ପୂଜାର୍ଚ୍ଚନା ଆଦି କରାଯାଇଥିଲା । ଦେବୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପରେ ମା’ଙ୍କ ମସ୍ତକରେ ଫୁଲ ଖସିଥିଲା । ଖସିଥିବା ପୁଷ୍ପ-ପେନ୍ଥା କୁ ବରଣ କରି ଅଣାଯାଇ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ମଙ୍ଗଳବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଥିଲେ । ଅଧୂନା ଅସ୍ଥାୟୀ ମଣ୍ଡପରେ ଦେବୀ ବିଜେ କରିଛନ୍ତି । ଆଜି ଦିନଟି ଶୁଭ ମଙ୍ଗଳବାର ହେତୁ ମା’ ନିରାକାର ବ୍ରହ୍ମ ରୂପରେ ଦେବୀ ପୂଜା ପାଇଆସୁଛନ୍ତି । ଅସ୍ଥାୟୀ ମଣ୍ଡପରେ ଦେବୀ ଙ୍କ ଦର୍ଶନ ନିମନ୍ତେ ମଙ୍ଗଳବାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ବୁଧବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ଉତ୍ସବରେ ଦେବୀଙ୍କ ଘଟ ଯାତ୍ରା ର ଶୁଭାରମ୍ଭ ହେବ ବୋଲି ଯାତ୍ରା କମିଟୀ ପକ୍ଷରୁ କୁହାଯାଇଛି । ଘଟ ଯାତ୍ରାର ପ୍ରଥମ ସନ୍ଧ୍ୟାରେ ରିକାପଲ୍ଲୀ ମେଇନ୍ ରୋଡ଼ସ୍ଥ ସ୍ୱର୍ଗତ ୱାଇ. କାମରାଜୁ ଙ୍କ ବାସଭବନ କୁ ମା’ ଙ୍କର ଆଗମନ ହେବ । ବିଧି ପ୍ରକାରେ ପ୍ରଥମ ଦିନ ସନ୍ଧ୍ୟାରେ ତାଙ୍କରି ଦ୍ୱାରରେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ରାଜଭୋଗ ଅର୍ପଣ ହେବ । ସେଠାରୁ ଭୋଗ ଅର୍ପଣ ଓ ପୂଜାର୍ଚ୍ଚନା, ଆରତୀ ବନ୍ଦାପନା ପରେ ଅସ୍ଥାୟୀ ମଣ୍ଡପ କୁ ଦେବୀଙ୍କ ଫେରିବା ର କାର୍ଯକ୍ରମ ରହିଛି । ଏହା ଯେ ‘ କେଉଁ ଚିରାଚରିତ ପ୍ରାଚୀନ ମତ ରହିଥିବା କୁହାଯାଏ ।।

nis-ad
Leave A Reply

Your email address will not be published.