ଅଶାନ୍ତ ବ୍ରହ୍ମପୁର ସହର, ହାଉସିଂ ବୋର୍ଡ ଠାରେ ଯୁବକଙ୍କୁ ନିର୍ମମ ଭାବେ ହାଣିଲେ ଦୁର୍ବୁତ୍ତ, ଯୁବକ ମୃତ…

ପୋଲିସ ପେଟ୍ରୋଲିଂ ନେଇ ପ୍ରଶ୍ନବାଚୀ, ଭୟଭୀତ ହେଲେଣି ସହରବାସୀ…!!

ବ୍ରହ୍ମପୁର : ପୋଲିସ କୁ ଖୁଲାମ ଖୁଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ। ଜନ ଗହଳିପୂର୍ଣ ରାସ୍ତାରେ ଆତଙ୍କ ଖେଳାଇଲେ ଦୁର୍ବୁତ୍ତ।ଯୁବକଙ୍କୁ ଖଣ୍ଡା ରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି ଗୋସାଇନୁଆଁଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ  ଅଞ୍ଚଳରେ। ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଖଳାସୀ ସାହି ଅଞ୍ଚଳର ଟୁନା ଦାସ ନାମକ ଜୈନେକ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।ଯୁବକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଏମକେସିଜି ମେଡ଼ିକାଲ କୁ ପଠାଇ ଥିଲେ।ତେବେ ମେଡ଼ିକାଲ ଯିବା ରାସ୍ତାରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଥିବା ଜଣାପଡିଛି।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଗୋସାଇନୁଆଁଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ପୂର୍ବ ଶତୃତା ରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।ତେବେ ବ୍ରହ୍ମପୁର ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ।ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଅପରାଧୀ ଘଟାଉଛି ବିଭିନ୍ନ କାଣ୍ଡ।ପୋଲିସ ର ନିଷ୍କ୍ରିୟତା ଏବଂ ଢ଼ିଲା ପେଟ୍ରୋଲିଂ ବ୍ୟବସ୍ଥା କୁ ଦାୟୀ କରିଛନ୍ତି ସହରବାସୀ। ପୁଣି ସାଧାରଣ ନିର୍ବାଚନ ର ପରିଣାମ ଆସିବ ଆସନ୍ତା ଚାରି ତାରିଖ ରେ ଯାହାକୁ ନେଇ ଆଇନ ଶୃଙ୍ଖଳା କୁ ନେଇ ସିଧା ପୋଲିସ କୁ  ଆଙ୍ଗୁଠି ନିକ୍ଷେପ କରିଛନ୍ତି ସହରର ବୁଦ୍ଧିଜୀବୀ ଓ ସାଧାରଣ l ବାରମ୍ବାର ଆଇନ ଶୃଙ୍ଖକା କୁ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ତଥାପି ପୋଲିସ ନିରବ ଦ୍ରଷ୍ଟା ସାଜିଛି l ସହର ର ପ୍ରତ୍ୟେକ ଥାନାରେ ସି ସି କେମେରା ଲାଗିଛି ଯାହାକି ଧର୍ମକୁ ଆଖିଠାର କହିଲେ କିଛିବି ଭୁଲ ହେବ ନାହିଁ l ବିଭିନ୍ନ ଥାନାରେ ଅପରାଧୀ ମାନଙ୍କୁ ମିଳୁଛି ଜୋଇଁ ପୁଅ ର ମର୍ଯ୍ୟାଦା ତେଣୁ ସାଧାରଣ ଲୋକ ଅଭିଯୋଗ ନେଇ ଥାନାକୁ ଯିବାକୁ ଭୟ କଲେଣି l ଆମ ପୋଲିସ ନାଲି ଫିତା ତଳେ ଚାପି ହୋଇ ଶ୍ୱାସ ରୁଦ୍ଧ ତେଣୁ ଜିଲ୍ଲା ଓ ରାଜ୍ୟ ପୋଲିସ ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l ଯଦି ବ୍ରହ୍ମପୁର ପୋଲିସ ସତର୍କ ନହୁଏ ତେବେ ଆଗାମୀ ଦିନରେ ସମଗ୍ର ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଅସନ୍ତହେବା ସହିତ କେତେଯେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡେଇ ଦିଆ ନଯାଇପାରେ..

nis-ad
Leave A Reply

Your email address will not be published.