ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ…


ଉମରକୋଟ (୨୮/୦୫ /୨୦୨୪) ଫକୀରମୋହନ ପଠନଶାଳା ଉମରକୋଟର ପ୍ରଚେଷ୍ଟାରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ୍ ଉପକଣ୍ଠ ସରଗୁଲି ଠାରେ ଭ୍ରାମ୍ୟମାଣ ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଅନ୍ୱେଷଣ ଭଳି ଏକ ଅନୁପମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଗ୍ରାମାଞ୍ଚଳରେ ନୂତନ ପାଠକ ସୃଷ୍ଟି କରି ଓଡ଼ିଶାର ଭାଷା,ସାହିତ୍ୟ, ସୃଜନୀକୁ ଜନମାନସରେ ଆଦୃତ କରିବାର ମହତ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଭ୍ରାମ୍ୟମାଣ ପାଠାଗାର ଗାଁଗଣ୍ଡାରେ ପହଞ୍ଚି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଭିଭାବକ ଗଣ ଅଂଶଗ୍ରହଣ କରିଥିଲେ।ପରେ ପରେ ଶିକ୍ଷକ ରାଜକିଶୋର ନାୟକ,ଶାନ୍ତିଲତା ମହାନ୍ତି,ରତିକାନ୍ତ ସାହୁ,ଉପେନ୍ଦ୍ରନାଥ ବେହେରା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ପୁସ୍ତକ ପଠନ ଓ ତାର ଉପଯୋଗିତା,ଗଳ୍ପ ଲିଖନ ଶୈଳୀ ଓ ଫକୀରମୋହନଙ୍କ ପିଲାଦିନର ବିଶେଷ ଅନୁଭୂତି ବିଷୟରେ ଅବଗତ କରାଇ ପିଲାମାନେ କିପରି ମୋବାଇଲ୍ ଛାଡି ମହାପୁରୁଷଙ୍କ ଜୀବନୀ,ଗପ ଓ ଗୀତ ଆଦି ବହି ପଢିବାକୁ କହି ଉପସ୍ଥିତ ଛାତ୍ରଛାତ୍ରୀଗଣ ଙ୍କ ମେଧା ଅନ୍ୱେଷଣ କରାଇଥିଲେ। କାର୍ଯ୍ୟକ୍ରମରେ ଫକୀରମୋହନ ପଠନଶାଳାର ସମ୍ପାଦକ ତଥା ଚଢେଇଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସେମାନଙ୍କ ଉପାଦେୟ ପୁସ୍ତକ ମୀନାବଜାର,ଜହ୍ନମାମୁଁ,କୁନିକଥା, ପୌରୁଷ,ମହାପୁରୁଷଙ୍କ ଜୀବନୀ, ୱିଇଜିଡମ୍ ଆଦି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜୁ କେବିକେର ବରିଷ୍ଠ ଜନନେତା ତଥା ସଂଗଠକ ଶୁକଦେବ ଗଣ୍ଡ,ସ୍ଥାନୀୟ ସରପଞ୍ଚ ହେମଲାଲ ଗଣ୍ଡ,ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ)ନବରଙ୍ଗପୁର ଜିଲ୍ଲା ଉପ-ସଭାପତି ଦେବାଶିଷ ଦାଶ, ଶିକ୍ଷକ ରୂପସଂ ନାୟକ,ମିନତୀ ନାୟକ,ରାଜଲକ୍ଷ୍ମୀ ନାୟକ, ଅଇତୁ ଗଣ୍ଡ,ଈଶ୍ୱର ଗଣ୍ଡ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଶିଷ୍ଠ କବି ସାଗର କୁମାର ପରିଡ଼ା କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ।ବର୍ତ୍ତମାନ ସ୍କୁଲ ଛାତ୍ର ଛାତ୍ରୀଗଣଙ୍କ ଗ୍ରୀଷ୍ମ ଅବକାଶ ଥିବା ସମୟରେ ଫକୀର ମୋହନ ପଠନଶାଳାର ଏପରି ଏକ ମହାନ ପଠନ ଅଭ୍ୟାସ କାର୍ଯ୍ୟକ୍ରମକୁ ସମସ୍ତେ ସମୟପଯୋଗୀ ପଦକ୍ଷେପ କହିବା ସହ ଆୟୋଜକ ମଣ୍ଡଳୀ ଙ୍କୁ ସ୍ଥାନୀୟ ଗ୍ରାମବାସୀ ତଥା ବୁଦ୍ଧିଜୀବୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

nis-ad
Leave A Reply

Your email address will not be published.