ସଫଳ ଛତୁ ଚାଷୀ ସୁଦେଷ୍ଣା ଅଧିକାରୀ


ପାତ୍ରପୁର , ୨୧/୫ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମପଞ୍ଚାୟତର ତିତିଗାଁ ଗ୍ରାମର ଶ୍ରୀ ଲଙ୍ଗଳେଶ୍ବର ଗୋଷ୍ଠୀଟି ୨୦୧୮ ମସିହାରେ ଗଠନ ହୋଇଅଛି । ଗୋଷ୍ଠୀରେ ୧୦ ଜଣ ସଭ୍ୟା ଅଛନ୍ତି । ଉକ୍ତ ଗୋଷ୍ଠୀର ଜଣେ ସଭ୍ୟା ସୁଦେଷ୍ଣା ଅଧିକାରୀ ମହସଂଘରୁ ୫୦,୦୦୦/- ଋଣ ନେଇ ଛତୁ ଚାଷ କରି ବହୁତ୍ ଲାଭ ପାଇଛନ୍ତି ।

ବର୍ତ୍ତମାନ ପର୍ଯନ୍ତ ସେ ପ୍ରାୟ ୧ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇଛନ୍ତି ।

ତାଙ୍କ ପରିଶ୍ରମ ଯୋଗୁଁ ଆଜି ସେ ନିଜ ଅଞ୍ଚଳରେ ସଫଳ ଚାଷୀ ଭାବେ ପରିଚିତ ହେବା ସହ ଅନ୍ୟ ମାନଙ୍କର ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ମହସଂଘରୁ ସହଯୋଗ ପାଇଥିବାରୁ ସେ ମିଶନ ଶକ୍ତିବିଭାଗକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇଛନ୍ତି।

nis-ad
Leave A Reply

Your email address will not be published.