ଜିଲ୍ଲାରେ ପଞ୍ଜିକୃତ ଶିଶୁ ଗୃହର କିଶୋର ଓ କିଶୋରୀମାନଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ପ୍ରଶିକ୍ଷଣ

ମାଲକାନଗିରି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲାରେ ଥିବା ସମସ୍ତ ପଞ୍ଜିକୃତ ଶିଶୁ ଗୃହର କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ କାର୍ଯ୍ୟନିର୍ଵାହର ପନ୍ଥା ନିର୍ଧାରଣ ସମ୍ବଧୀୟ ପରାମର୍ଶ ଦାନ କର୍ମଶାଳା ଅନୁଷ୍ଠିତ ହୋଇଯାଇ ଅଛି I ଏହି କର୍ମଶାଳାରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଓ ଦଶମ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ ସାମିଲ କରାଯାଇ ସେମାଙ୍କ ପାଇଁ ଥିବା ଉପଯୁକ୍ତ କାର୍ଯ୍ୟ ନିର୍ଵାହର ପନ୍ଥା ଓ ବୃତି ସମ୍ବଧୀୟ ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା I ଏହି କର୍ମଶାଳାରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭାପତି ସଂଯୁକ୍ତ ପ୍ରଧାନ, ସରକାରୀ ପଲିଟେକନିକ କଲେଜ ଓ ଆଈ.ଟି.ଆଈ କଲେଜ ମାଲକାନଗିରିର ଅଧକ୍ଷ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ଯୋଗଦାନକରି ପିଲାମାଙ୍କୁ ସହଜ ଉପଲବ୍ଧ ଧନ୍ଦା ମୂଳକ ଶିକ୍ଷା ଓ ଆତ୍ମନିର୍ଭରଶୀଳତା ଉପରେ ପରାମର୍ଶ ପ୍ରଦାନ କରିଥିଲେ I ମାଲକାନଗିରି ଜିଲ୍ଲାରେ ଥିବା ତିନୋଟି ଶିଶୁଗୃହ ଯଥା ପରିବର୍ତ୍ତନ ଶିଶୁ ଗୃହ ମାଲକାନଗିରି, ନୀଳାଚଳ ଆଦିବାସୀ ସେବାଶ୍ରମ କୋରୁକୋଣ୍ଡା ଓ ଜୟ ଶିଶୁ ଗୃହର ୫୪ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ I ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସୁଦେଷ୍ଣ ରାଉତ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.