ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ବୁଥ୍ ଠାରୁ ୨୦୦ ମିଟର ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ

ଜାରୀ ହେଲା ୧୪୪ ଧାରା ଜାରି

ଫୁଲବାଣୀ : ୨୦୨୪ ଲୋକସଭା ଓ ବିଧାନସଭା ପାଇଁ ତା.୨୦.୦୫. ୨୦୨୪ ରିଖ ଦିନ କନ୍ଧମାଳ ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆଜି ସଂଧ୍ୟା ସୁଦ୍ଧା ପୋଲି ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ସେମାନଙ୍କର ବୁଥରେ ପହଞ୍ଚିଯିବେ ବୋଲି ଜଣାପଡ଼ିଛି । ଆଜି ଅପରାହ୍ନ ୫ଟାରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ଠାରୁ ୨୦୦ ମିଟର ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ ୧୪୪ ଧାରା ଜାରି କରିଛନ୍ତି । ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ସେହି ଅଞ୍ଚଳ ମଧ୍ୟରେ ଏକାଠି ହୋଇପାରିବେ ନାହିଁ ।
ଡେପୁଟି କଲେକ୍ଟର ଡି. ମାଲେଶ୍ଵର ପାତ୍ରଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛିଯେ, ଜିଲ୍ଲାର ମୋଟ୍ ୫ଲକ୍ଷ ୬୮ହଜାର ୯୬୧ ଜଣ ଭୋଟର ଆସନ୍ତା ୨୦ ତାରିଖରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜାର ୮୩୮ ଜଣ ପୁରୁଷ, ୨ ଲକ୍ଷ ୯୪ ହଜାର ୫୦ ଠ ଜଣ ଜଣ ମହିଳା ଏବଂ ୭୩ ଜଣ କିନ୍ନର ମତଦାତା ଅଛନ୍ତି । ଜିଲ୍ଲାରେ ସମୁଦାୟ ଭିନ୍ନକ୍ଷମ ଭୋଟର ସଂଖ୍ୟା ୧୧ ହଜାର ୨୪୮ ଜଣ ବୋଲି ଜଣାପଡ଼ିଥିବାବେଳେ, ୧୪ ହଜାର୩୩୦ ଜଣ ଯୁବ ଭୋଟର ଅଛନ୍ତି । ଜିଲ୍ଲାର ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୨-ବାଲିଗୁଡ଼ା(ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୧୭୮, ୮୩- ଘୁ.ଉଦୟଗିରି(ସଂ)ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୫୩ ଏବଂ ୮୪- ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୩୦ ବୋଲି ଜଣାପଡ଼ିଛି । ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ସମୁଦାୟ ୩ ହଜାର ୯ ୬୬ ଜଣ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୱେବ୍‌ କାଷ୍ଟିଙ୍ଗ୍ ପାଇଁ ୩୯୫ ଟି ବୁଥ୍ ପ୍ରସ୍ତୁତ କରାଯାଇଛି ଓ କେତେକ ବୁଥରେ ମାଇକ୍ରୋ ଅବ୍‌ଜର୍‌ଭର ଏବଂ ୮୬ ଜଣ ସେକ୍ଟର ମାଜିଷ୍ଟ୍ରେଟ୍‌ଙ୍କୁ । ମୁତୟନ କରାଯାଇଛି।ନିର୍ବାଚନ ପାଇଁ ମୁତୟନ ପ୍ରିଜାଇଡିଂ ଓ ପୁଲିଙ୍ଗ ଅଧିକାରୀ ମାନଙ୍କୁ ମତଦାନ କେନ୍ଦ୍ରରେ ପହ‌ଞ୍ଝାଇବା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କୀତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ୪୪୦ଟି ବୋଲର ଓ ୧୭୫ ଗୋଟି ବସ୍ ବ୍ୟବସ୍ଥା କରାଯାଇଥିବା କଥା ଆଞ୍ଚଳିକ ପରିବହନ ଅଧୁକାରୀ ଶିଶିର କୁମାର ସାହୁ ଜଣାଇଛନ୍ତି । ପ୍ରତି ମତଦାନ କେନ୍ଦ୍ରକୁ ହୁଇଲ ଚେୟାର ଯୋଗାଇଦିଆ ଦିଆଯାଇଛି। ଭିନ୍ନକ୍ଷମ ଭୋଟରମାନଙ୍କୁ ସହଯୋଗ କରିବା ପାଇଁ ସ୍ଵେଚ୍ଛାସେବୀ ମୁତୟନ କରାଯାଇଛି। ୮୨-ବାଲିଗୁଡ଼ା (ସଂ) ନିର୍ବାଚନ ମଣ୍ଡଳୀର ୧୫ ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୩୦ ରୁ ୪୪ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରା‌ଯିବ। ସେହିପରି, ୮୩-ଘୁ.ଉଦୟଗିରି(ସଂ)ନିର୍ବାଚନ ମଣ୍ଡଳୀର ୦୮ଗେ ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେ କେନ୍ଦ୍ର ସଂଖ୍ୟା ୬୫ ରୁ ୭୧ ଓ ୭୧ (ଏ) ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବା ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ଏବଂ ୮୪-ଫୁଲବାଣୀ(ସଂ) ନିର୍ବାଚନ ମଣ୍ଡଳୀର ୨୩ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୯୮ ରୁ ୧୨୦ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରା‌ଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାର୍ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.