ଆସିକା ସଂସଦୀୟ କ୍ଷେତ୍ରରେ ଅରାଜକତା ବୃଦ୍ଧି : କୁହୁଳୁଛି ପାଉଁଶ ତଳର ନିଆଁ…
ପୋଲିସ ର କାର୍ଯ୍ୟ କଳାପ ବିନା ମେଘ ରେ ଘଡ ଘଡି…!!
ରାଜନେତାଙ୍କ ଉପରେ ପୋଲିସ ର ଏତେ ଦରଦ କାହିଁକି….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରରେ ରେ ବିଜେଡ଼ି ର ଅବସ୍ଥା ଟଳମଳ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆସିକା ସଂସଦୀୟ କ୍ଷେତ୍ରର ଖଲ୍ଲିକୋଟ, ପୋଲସରା ଓ କବିସୂର୍ଯ୍ୟନଗର ରେ ବିଜେଡ଼ି ସାଂସଦ ପ୍ରାର୍ଥୀନୀ ଙ୍କ ପିତା ହର ସାହୁ ଙ୍କ କିଛି କର୍ମୀ ଯୋଡ଼ି ଶଙ୍ଖ ବଦଳେ କେବଳ ଏମପି ଭୋଟ ଦେବାକୁ କହୁଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଭୋଟର ଙ୍କ ଦ୍ବନ୍ଦ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି କର୍ମୀ ଙ୍କ ଯୋଗୁଁ ଖଲ୍ଲିକୋଟ, ପୋଲସରା ଓ କବିସୂର୍ଯ୍ୟନଗର ରେ ବିଜେଡ଼ି ପଛରେ ପଡ଼ିଯିବ ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଲାଣି। ଏପଟେ ଖଲ୍ଲିକୋଟ ର ବିଧାୟିକା ଙ୍କ ସ୍ୱାମୀ ଦୈତାରୀ ବେହେରା ଙ୍କ ନାମ ବହୁ ଚର୍ଚ୍ଚିତ ସୁନୀଲ ନାହାକ ହତ୍ୟାକାଣ୍ଡ ଘଟଣା ରେ ଏତଲା ରେ ରହିଥିଲେ ବି ପୋଲିସ ଆଜି ସୁଦ୍ଧା ଚୁପଚାପ ରହିଛି ଯାହାକି ପୋଲିସ କୁ ଏହା ଆଗାମୀ ଦିନରେ ଭାରି ପଡିବ । ପୁଣି ଗତ କାଲିର ଖଲ୍ଲିକୋଟ ରାଜନୈତିକ ହିଂସା କାଣ୍ଡରେ ଦୈତାରୀ ବେହେରା ଙ୍କ ନାମ ଆସୁଥିବା ନେଇ ଚର୍ଚ୍ଚା ହେଉଛି। ପୋଲିସ ର କାର୍ଯ୍ୟ ଶୈଳୀ ବର୍ଷା ନହୋଇ କେବଳ ଘଡ଼ ଘଡ଼ି ଭଳି କାର୍ଯ୍ୟ ଦେଖିବାକୁ ମିଳୁଥିବା ନେଇ ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତି ରେ ବିଜେଡ଼ି ଏମପି ଙ୍କ ମଙ୍ଗ ଧରିଥିବା ନେତା ହର ସାହୁ ନିଆଁ ରେ ଘିଅ ଢାଳିବା ସଦୃଶ୍ୟ ହେଉଛି ବୋଲି ଚା ଖଟିରେ ଚର୍ଚ୍ଚା ହେଉଛି। ବେଳ ଥାଉ ଥାଉ ଯଦି ପୋଲିସ ଏକ୍ସନ ମୁଡ଼ ରେ ନ ଆସିଲେ ନିର୍ବାଚନ ପୂର୍ବରୁ ଆହୁରି ମୁଣ୍ଡ ଗଡ଼ିବା ର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। ରାତି ପାହିଲେ ମଦ ଓ ଟଙ୍କାର ଖେଳ ଆରମ୍ଭ ହେବ ପୂର୍ବରୁ ବହୁ ସ୍ଥାନରେ ଦେଶୀ ବିଦେଶୀ ମଦ ଗୁପ୍ତ ଗୋଦାମ ରେ ଗଚ୍ଛିତ କରି ରଖାଯାଇଥିବା ନେଇ ଆଲୋଚନା ହେଉଛି। ଅବକାରୀ ବିଭାଗ ଓ ପୋଲିସ ବିଭାଗ ସବୁ ଜାଣି ନିଜ କମିଶନ ଖାଇ ଚୁପ ଯାହାକି ଗତ କାଲି ନିର୍ବାଚନ ତଦାରଖ କରିବାକୁ ଆସିଥିବା ପ୍ରଶାସନିକ ଅଧିକାରୀ ମାନେ କିଛି ଗଛିତ ମଦ ଉପରେ ଚଢ଼ାଉ କରିଥିଲେ ଏବଂ ମଦ ଜବତ କରିଛନ୍ତି l ସୂଚନା ଥାଉକି ପୋଲସରା, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଏବଂ ଆସିକା ରେ ଟଙ୍କା ଓ ମଦ ର ବନ୍ୟା ଦେଖିବାକୁ ମିଳୁଛି ଯଦି ଏହି ମଦ ଓ ଟଙ୍କା କାମ ନଦିଏ ତେବେ ବାହୁବଳ ପ୍ରୟୋଗ କରି ଲୋକଙ୍କୁ ଭୟର ବାତାବରଣ ସୃଷ୍ଟି କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ଦଳ ଚେଷ୍ଟା କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଅନେକ ଦିନ ଆଗରୁ ନିଃସର୍ତ୍ତ ରେ ଖବର ରୀତିମତ ବାହାରୁ ଥିଲା ମୁଖ୍ୟତଃ ପୋଲସରା ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କୁ ନେଇ କାରଣ ଅସନ୍ତୁଷ୍ଟ ର ନିଆଁ ପାଉଁଶ ତଳର ନିଆଁ ପରି କୁହୁଳୁ ଥିଲା ଯାହାକି ଉଗ୍ର ରୂପ ନେଇ ଗତ କାଲି ଗୁଳି ବି ଫୁଟିଲା ଖଣ୍ଡା ବି ବୁଲିଲା ଏହି ନେତା ମାନଙ୍କ ପାଇଁ ନିରୀହ ଜନ ସାଧାରଣ ବଳି ପଡିଲେ ଶେଷରେ ପୋଲିସ କୁ ଲାଠି ଚାର୍ଜ କରିବାକୁ ପଡିଲା, ଏହି ଲାଠି ଚାର୍ଜ ରେ ସାମ୍ବାଦିକ ମାନଙ୍କ ଗାଡି ବି ଭାଙ୍ଗି ଚୁର ମାର ହୋଇ ଗଲା l ସେ ଯାହାବି ହେଉ ପୋଲିସ ତୀକ୍ଷ୍ଣ ନଜର ମୁଖ୍ୟତଃ ପୋଲସରା, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଏବଂ ଆସିକା ଉପରେ ରହିବା ଜରୁରୀ l ପୋଲିସ ର ଗୋଇନ୍ଦା ବିଭାଗ ର ଭୂମିକା ଜରୁରୀ ହୋଇ ପଡିଛି ନଚେତ ପୋଲିସ କୁ ବହୁ ମୂଲ୍ୟ ଦେବାକୁ ପଡି ପାରେ l ଜିଲ୍ଲା ପ୍ରଶାସନ କୁ ସଜାଗ ରହି ନିର୍ବାଚନ ଦାୟିତ୍ୱ ରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀ ମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି l ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପୋଲିସ ପ୍ରଶାସନ ଙ୍କ ଭୂମିକା ଅତି ଜରୁରୀ ହୋଇପଡିଛି ନଚେତ ପୁଣି କିଛି ଅଘଟଣ ଘଟିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି..