ଭୁବନେଶ୍ବର : ଆଜି ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।
ଆଜିର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ରଘୁବର ଦାସ। ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି।
ଠିକ୍ ସେହିପରି ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି। ୨୦୨୨ ବର୍ଷ ପାଇଁ ଚଳଚ୍ଚିତ୍ର ‘ଦମନ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ବାବୁଶାନ୍ ମହାନ୍ତି ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲୋପାମୁଦ୍ରା ମିଶ୍ରଙ୍କୁ ‘ବୋଉର ହାତ ବାକ୍ସ’ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ଗ୍ରହଣ ଅବସରରେ ଶୁଣିବାକୁ ମିଳିଥିଲା ହାସ୍ୟ ସମ୍ରାଟ୍ କୁହାଯାଉଥିବା ଜୟୀଙ୍କ ସିଗ୍ନେଚର ଡାଇଲଗ୍ ଓ ଚିରପରିଚିତ ହସ।
Sign in
Sign in
Recover your password.
A password will be e-mailed to you.