ଉମରକୋଟ (୧୩/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକ ପଂଚାୟତର ୧୧ ଟି ଗ୍ରାମ ପ୍ରଥମ ଥର ପାଇଁ ମୌଳିକ ଅଧିକାର ଭୋଟ ନ ଦେବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ଖୁଡୁକ ପଞ୍ଚାଏତ ର ରେନ୍ଦୁ ଗଣ୍ଡଙ୍କୁ ନେର୍ତୃତରେ ୧୧ ଟି ଗ୍ରାମ ଯଥାକ୍ରମେ, ଓଡ଼ମାଧମକୀ, ଲାଲବଟରେଲି, ଘାଇତାବେଡା, ମଦନଶ୍ରୀ, ଚିଡେଇପାଣି, ଗଦ୍ରାବାଟି, ଛାପରପାଣି, ତରାଇଡଙ୍ଗରି, ମାକଡ଼ଟେଣ୍ଡ, କେରାଡ଼ିହି, ଭକ୍ତିପାରା ଗ୍ରାମର ପୁରୁଷ ଓ ମହିଳା ସମସ୍ତେ ଏକତ୍ରିତ ହୋଇ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି। ସେମାନଙ୍କର କହିବା କଥା ୪୦ ବର୍ଷ ହେବ ସେମାନେ ଜଙ୍ଗଳ ଜମିରେ ବସବାସ କରି ଆସୁଛନ୍ତି କିନ୍ତୁ ସରକାର ସେମାନଙ୍କର ଜଙ୍ଗଳ ଜମି ଅଧିନିୟମ ୨୦୦୬ ରେ ଆଜି ଯାଏ ନଥିଭୁକ୍ତ କରି ନାହାନ୍ତି କିମ୍ବା ଏଫ ଆର ଛି କମିଟି ମଧ୍ୟ ଗଠନ କରି ଦେଉ ନାହାନ୍ତି। ସ୍ଥାନୀୟ ବି ଡି ଓ, ତହସିଲଦାର ଙ୍କ ୧୫ ବର୍ଷ ଧରି ଗୁହାରି କରି କିଛି ସୁଫଲ ନ ମିଳିବାରୁ ଓ ଏହି ଉପାନ୍ତ ଅଞ୍ଚଳର ୧୧ ଟି ଗ୍ରାମକୁ ଜାଣି ଜାଣି ପ୍ରଶାସନ ଅଣଦେଖା କରୁଛନ୍ତି କହି ସମବେତ ୧୧ଟି ଗ୍ରାମର ଲୋକ କହୁଛନ୍ତି। ଯଦି ସରକାର ଆମର ନାହିଁ ହେଲେ ଆମେ ଭି ସରକାରର ନୁହଁ। ଜଙ୍ଗଳ ଜମି ପଟ୍ଟା ପ୍ରଦାନ ଏଫ ଆର ଛି କମିଟି ଗଠନ ନିମନ୍ତେ ପ୍ରଶାସନ ଆଜି ଏଠି ଲେଖି ଦିଅନ୍ତୁ ହେଲେ ଆମେ ଭୋଟ ଦେବୁ ନ ହେଲେ ଆମେ ଭୋଟ ଦେବୁ ନାହିଁ। ଘଟଣା ସ୍ଥଳରେ ରାଇଘର ତହସିଲଦାର, ଅତିରିକ୍ତ ବିଡ଼ିଓ, କୁନ୍ଦେଇ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଜଣ ସାଧାରଣଙ୍କୁ ବୁଝା ସୁଝା କରିବା ସତ୍ତେ,ସେମାନେ ସେମାନଙ୍କର ଜିଦରେ ଅଟଲ। ଦାବି ପୁରଣ ନ ହେବା ଯାଏ ଭୋଟ ବର୍ଜନ ରହିବ କହି ଧାରଣାରେ ବସିଛନ୍ତି।
Sign in
Sign in
Recover your password.
A password will be e-mailed to you.