ଫୁଲବାଣୀ :- ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ନାଲସା ନିୟମାବଳୀ ଅନୁଯାୟୀ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ତା ୧୨.୦୫.୨୦୨୪ ରିଖରେ ପାନେଲ ଲୟର ଓ ଡିଫେନ୍ସେ କାଉନସିଲଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅନୁଶୀଲା ରଏ ଉପସ୍ଥିତ ଥିବା ମୁଖ୍ୟ ଅତିଥି ବା କନ୍ଧମାଳ ଜିଲ୍ଲା ଦୌରା ଜର୍ଜ ମାନ୍ୟବର ଶ୍ରୀ ସତ୍ୟପିର ମିଶ୍ର, ଦୁର୍ନୀତି ନିବାରଣ ଅଦାଲତ ର ଜର୍ଜ ଶ୍ରୀ ସମର ବିଲାଶ ବେହେରା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ସଂଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ସୈକତ ପାତ୍ର, ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର, ଏସଜେ ମହିଳା ଅଦାଲତ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ନିତିସା ଚନ୍ଦକ, ଏସଡିଯେଏମ୍ ଶ୍ରୀ ଅରଜିତ ଦାସ, ଜେଏମଏଫସି ସୁଶ୍ରୀ ସ୍ୱାଗତିକା ସ୍ଵାଇଁ ଓ ଉପସ୍ଥିତ ଥିବା ସମସ୍ତ ପାନେଲ ଲୟର ଓ ଡିଫେନ୍ସେ କାଉନସିଲ ଙ୍କୁ ସ୍ଵାଗତ ଜଣାଇଥିଲେ। ନାଲସା ସ୍କିମ୍, ଲିଗାଲ ସର୍ଭିସ୍ ଓକିଲଙ୍କ ଆଇନ ସହାୟତାରେ ରହିଥିବା ଭୂମିକା, କାର୍ଯ୍ୟ, ଡ୍ରାଫ୍ଟିଙ୍ଗ, ସାକ୍ଷ ପ୍ରମାଣ, ଆର୍ଗୁମେଣ୍ଟ, ବେଲ ଡ୍ରାଫ୍ଟିଙ୍ଗ, ପୋସ୍କୋ,ଜେଜେ ସିପିସି, ଡିପି ଆକ୍ଟ, ସିଭିଲ କୋଡ, ସୁଟ୍, ସିଭିଲ ଡ୍ରାଫ୍ଟିଙ୍ଗ ସହିତ, ପାନେଲ ଲୟର ଓ ଡିଫେନ୍ସେ କାଉନସିଲ ଙ୍କ ପାଇଁ ଯାହା ଯାହା ଆବଶ୍ୟକ ଏହାକୁ କିପରି ଉପଯୋଗ କରିବେ ଏହାରି ଉପରେ ବିସ୍ତୃତ ଭାବେ ଆଲୋଚନା କରଯାଇଥିଲା । ନାଲସା ଦ୍ଵାରା କାର୍ଯ୍ୟକ୍ଷମ ରହିଥିବା ହେଲ୍ପଲାଇନ ନମ୍ବର ୧୫୧୦୦ ଓ ଏଲ.ଏସ.ଏମ.ଏସ ପୋର୍ଟାଲ ରେ ଆଇନସେବା ପାଇଁ ଆବେଦନ କରିବାର ପ୍ରକ୍ରିୟା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ଦୌରା ଜର୍ଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ, ମାନ୍ୟବର ଶ୍ରୀ ସତ୍ୟପିର ମିଶ୍ର, ସାଧାରଣ ଲୋକଙ୍କ ପାଇଁ ରହିଥିବା ମାଗଣା ଆଇନସେବା କେମିତି ତୃଣମୂଳ ସ୍ତରରେ ସଫଳ ରୂପେ କାର୍ଯ୍ୟକ୍ଷମ ହୋଇପାରିବ ଏବଂ ଲୋକେ ଏହାର ସୁବିଧା ପାଇପାରିବେ ସେ ବିଷୟରେ ଦିଗଦର୍ଶନ ଦେଇଥିଲେ । ଶେଷରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ନିତିସା ଚନ୍ଦକ ଧନ୍ୟବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post