ମୋଦୀଙ୍କ ଟାର୍ଗେଟରେ ନବୀନ, କହିଲେ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୩୦ଟି ଜିଲ୍ଲାର ନାଁ

ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି,ସ୍ୱପ୍ନ ଜାଣିନାହାଁନ୍ତି

ଫୁଲବାଣୀ : କନ୍ଧମାଳ ଷ୍ଟାଡିୟମ ଠାରେ ରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର ଆସିଥିଲେ ତାଙ୍କୁ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ ବିନା କାଗଜ ଧରି ପଚାରି ଥାନ୍ତେ ତ ଜାଣି ପାରିଥାନ୍ତେ କନ୍ଧମାଳ କୁ କେତେ ଭଲ ପାଉଛନ୍ତି ।ଫୁଲବାଣୀ ରେ ମୋଦୀ କହିଛନ୍ତି, ସେପଟେ ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲୋକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆପଣ ୨୫ ବର୍ଷ ଧରି ବିଜେଡିକୁ ଅବସର ଦେଲେ । ବିଜେଡି ନେତାଙ୍କ ଘର ହେଇଗଲା, ଗାଡି ହେଇଗଲା । ହେଲେ ଏହାପରେ ବି, ଏଠାକାର ଲୋକ ଦାଦନ ପାଇଁ ପଳାୟନ ହେବାକୁ ବାଧ୍ୟ ହେଉଛି । ଖାଲି ସେତିକି ନୁହେଁ, ବିଜେଡି ସରକାର ଚାଷୀଙ୍କ ସହ ବଡ ଧୋକା କରିଛି । ଏଠି ଧାନ ଚାଷୀଙ୍କୁ ଏମଏସପି ମିଳୁନି । ଏଠି ଧାନ ମଣ୍ଡିରେ ଘୋଟାଲା ହେଉଛି । ଚାଷୀଙ୍କ ବଡ ଅଂଶ କଟନୀ ଛଟନୀରେ ପଳାଉଛି । ୫୦୦ରୁ ୬୦୦ ଟଙ୍କା କଟିଯାଉଛି ।ଏଥର ଓଡିଶା ବିଜେପି କହିଛି, ୩୧୦୦ ଟଙ୍କାରେ ଏମଏସପି ଧାନ ଚାଷୀଙ୍କୁ ମିଳିବ । ଯେମିତି ଧାନ ନେବୁ, ୪୮ ଘଣ୍ଟାରେ ଆପଣଙ୍କ ଖାତାରେ ସିଧା ଟଙ୍କା ଜମା ହେଇଯିବ । ଛତିଶଗଡରେ ବିଜେପି ମଧ୍ୟ ଗ୍ୟାରେଣ୍ଟି ଦେଇଥିଲା । ଆଉ ପ୍ରଥମ ୩୦ ଦିନରେ ଗ୍ୟାରେଣ୍ଟି ପୂରା କରିଦେଲୁ । ଆପଣଙ୍କ ଜୀବନରେ ପରିବର୍ତ୍ତନର ଗ୍ୟାରେଣ୍ଟି ମୋଦୀ ଦେଉଛି । ଯେବେ ପର୍ଯ୍ୟନ୍ତ ଏଠି ବିଜେଡିର ସରକାର ରହିଛି, ଲାଭାର୍ଥୀଙ୍କୁ ପୂରା ହକ୍ ମିଳିପାରିବନି ବୋଲି କହିବା ସହ ଡବଲ୍ ଇଞ୍ଜିନର ନାରା ଦେଇଥିଲେ ମୋଦୀ । ଏଥି ସହିତ ନରେନ୍ଦ୍ର ମୋଦୀ ଜଗନ୍ନାଥ ମନ୍ଦିର କୁ ଦାନ ଲକ୍ଷେ ଟଙ୍କା ଦାନ ଦେଇଥିବା ଭିକାରୀ ତୁଳା ବେହେରା ଓ ପଦ୍ମ ଭୂଷଣ ପ୍ରାପ୍ତ ପୂର୍ଣ୍ଣମାସି ଜାନିଙ୍କୁ ମଞ୍ଚ କୁ ଡାକି ସର୍ବ୍ ସମ୍ମୁଖ ରେ ପାଦ ଛୁଇଁ ଆଶିର୍ବାଦ ନେଇଥିଲେ l ଆଜିର ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସମଗ୍ର କନ୍ଧମାଳ ଷ୍ଟାଡିୟମ ଜନ ସମାଗମରେ ଭର୍ତ୍ତି ହୋଇଯାଇଥିବାର ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.