ବ୍ରହ୍ମପୁର: ୯-୫ ଟାଟା ପାୱାର ହାତକୁ ବିଦ୍ୟୁତ ସଂସ୍ଥା ଟେକି ଦେବା ଫଳରେ ଏଣିକି ଥିବା ଵାଲାର ଘରେ ହିଁ ବିଜୁଳି ଜଳିବ ବୋଲି ଲୋକେ କହିଲେଣି। ଟାଟା ପାୱାର ହାତକୁ ଯେଉଁ ଦିନରୁ ବିଦ୍ୟୁତ ସେବା ଯାଇଛି।ସେ ଦିନରୁ ଗ୍ରହକଙ୍କୁ ଶୋଷିବାର ଆରମ୍ଭ କରାଯାଇଥିବା ନେଇ ସବୁ ବର୍ଗରୁ ଅଭିଯୋଗ ହେଇ ଆସୁଛି। ଗ୍ରାମାଞ୍ଚଳ ର ଲୋକେ ଏକଜୁଟ ଥିବା ଓ ପ୍ରତିବାଦ କରିବା ଯୋଗୁଁ ଟାଟା ପାୱାର ର କର୍ମଚାରୀ ଠାରୁ ଅଧିକାରୀ ମାନେ ଗ୍ରାମମାଞ୍ଚଳ କୁ ଯିବାକୁ ସାହସ କରୁନାହାନ୍ତି।ଏହାର ଫାଇଦା ନେଇ ଟାଟା ପାୱାର ସହରରେ ପୂର୍ବରୁ ଲଗାଇଥିବା ବିଦ୍ୟୁତ ମିଟର ଗୁଡ଼ିକୁ କାଢ଼ି ସ୍ମାର୍ଟ ମିଟର ଲଗାଉଥିବା ଦେଖିବାକୁ ମିଳୁଛି।ପ୍ରଥମେ ଘୋରଇ ଗ୍ୟାସର ହୁଁ ହୁଁ ହୋଇ ଦର ବଢ଼ିଥିଲା। ତା ପଛକୁ ପେଟ୍ରୋଲ, ଡିଜେଲ, ଚାଉଳ, ଡାଲି, ତେଲ, ଅଟା ସାଙ୍ଗକୁ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ର ଦର ଆକାଶ ଛୁଆଁ ହୋଇଛି। ଯେବେ ଠାରୁ ଟାଟା ପାୱାର ହାତକୁ ବିଦ୍ୟୁତ ବିଭାଗ କୁ ସରକାର ଟେକି ଦେଲେ ସେଦିନରୁ ଲୋକଙ୍କୁ ଶୋଷଣ ଆରମ୍ଭ ହୋଇଥିବା କେବଳ ଚର୍ଚ୍ଚା ହେଉଛି। ବିରୋଧି ଦଳ ଓ ଲୋକେ ନାଚାର ହୋଇ ଜଳକା ଭଳି ରହିଥିବା ଦେଖିବାକୁ ମିଳୁଛି। ସ୍ମାର୍ଟ ମିଟର କୁ କେତେକ ସ୍ଥାନରେ ବିରୋଧ ହେଲେ ସଂଯୋଗ କରିବା ବନ୍ଦ ହେଉଛି। ଏଭଳି ଅବସ୍ଥା ଲାଗି ରହିଲେ କେବଳ ଥିବା ଵାଲା ଘରେହିଁ ଲାଇଟ ଫ୍ୟାନ ଲାଗିବା ସହ ଗରିବ ଓ ମଧ୍ୟବିତ୍ତ ଙ୍କ ଘର ଅନ୍ଧାର ରହିବ ବୋଲି ଲୋକେ କହିଲେଣି। ସ୍ମାର୍ଟ ମିଟର ଆଳରେ ଲୋକଙ୍କୁ ଭୁଆଁ ବୁଲାଯାଉଛି। ଯେଉଁ ଦିନରୁ ଏହା ଲାଗୁହେବ ସେ ଦିନ ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ବେଳ ଥାଉ ଥାଉ ସବୁ ବର୍ଗର ଲୋକେ ପ୍ରତିବାଦ ନ କରିଲେ ସରକାର ଚେତିବେ ନାହିଁ ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.