ପାଣ୍ଡିଆନ ଙ୍କ ରୋଡ଼ ସୋ କେତେ ପ୍ରଭାବ ପକାଇବ ତାହା ସମୟ କହିଁବ…
ବ୍ରହ୍ମପୁର: ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡ଼ି ପ୍ରାର୍ଥୀ କୁ ନେଇ ଅଡୁଆ ବଢ଼ି ଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡ଼ି ର ଗୋଷ୍ଟି କନ୍ଦଳ ତୀବ୍ରତର ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ, ପୋଲସରା ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଅଧିକ ବିଶୃଙ୍ଖଳା ନହେବା ପାଇଁ ବିଜେଡ଼ି ହର ସାହୁ ଙ୍କ ଝିଅ ରଞ୍ଜିତା ସାହୁ ଙ୍କୁ ଟିକେଟ ଦେଇ ଡେମେଜ କଣ୍ଟ୍ରୋଲ କୁ ପେଚ ପକେଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ବିଜେଡ଼ି ପ୍ରାର୍ଥୀନି ରଞ୍ଜିତା ଙ୍କୁ ମଇଦାନ ରେ ଓହ୍ଲାଇ ବା ପରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର ରେ ଏମ.ପି ଙ୍କୁ ତୀବ୍ର ବିରୋଧ ର ସମ୍ମୁଖୀନ ହେବାକୁ ପଡ଼ିଥିବା ଆଲୋଚନା ହେଉଛି। ଏହାକୁ ଦେଖି ବିଜେପି ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ତାର ପ୍ରଚାର ପ୍ରସାର ଜୋର ଦାର କରିଛି।ମୁଖ୍ୟତଃ ଆସିକା, ଖଲ୍ଲିକୋଟ, ପୋଲସରା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଗୋଷ୍ଠୀ କନ୍ଦଳ ପ୍ରବଳ ଯାହାକି ବାଟରୁ ଯାଇ ହାଟରେ ଗଡୁଛି ଯେଉଁଥି ପାଇଁ ଆସିକା ସାଂସଦୀୟ ପ୍ରାର୍ଥୀନୀ ଙ୍କ ବାପା ହର ସାହୁ ଖୁବ ବିଚଳିତ ଅଛନ୍ତି l ଏବେ ବିଜେଡ଼ି ତାର ଡେମେଜ କଣ୍ଟ୍ରୋଲ କରିବା ଲକ୍ଷରେ ପାଣ୍ଡିଆନ ଙ୍କୁ ରୋଡ଼ ସୋ କରିବାକୁ ଓହ୍ଲାଇଛି। ଆସିକା ସଂସଦୀୟ କ୍ଷେତ୍ରରେ ବାପା ଓ ଝିଅକୁ ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହାର ଫାଇଦା ବିଜେପି ନେବାକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଗୁପ୍ତ ବୈଠକ କରୁଥିବା ଦେଖିବାକୁ ମିଳୁଛି। ଆସିକା ସଂସଦୀୟ କ୍ଷେତ୍ରର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରଞ୍ଜିତା ମେଡମ ଙ୍କ ଦେଖା ମିଳୁନି ବୋଲି ନିଜ ଦଳରେ ଏବେ ଚର୍ଚ୍ଚା ହେଉଛି। ନିର୍ବାଚନ କୁ ଆଉ ସ୍ୱଳ୍ପ ଦିନ ବାକି ରହିଛି। ହେଲେ ବିଜେଡ଼ି ବିଜେପି ଉଭୟ ପ୍ରାର୍ଥୀନୀ ମାନେ ଲୋକଙ୍କ କେତେ ନିକଟତର ହେବେ ଭୋଟ ପରେ ଇ ଭି.ଏମ ଖୋଲିବା ପରେ ହିଁ ଜଣାପଡ଼ିବ।କିନ୍ତୁ ପ୍ରଚାର କ୍ଷେତ୍ର ରେ ବିଜେପି ଆଗୁଆ ରହିଛି ବୋଲି ସାଧାରଣ ରୁ ଶୁଣିବାକୁ ମିଳୁଛି l ବିଜେଡି ଟଙ୍କା ବଳ ଏବଂ ମଦ ବଳରେ ଭୋଟର ଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଲାଇଥିବା କୁ ନେଇ ଚର୍ଚ୍ଚା ହେଉଛି l ଦେଖା ଯାଉ ସଚେତନ ନାଗରିକ ମାନଙ୍କ ଗତି କୁଆଡେ ତାହା ସମୟ ହିଁ କହିଁବ l