ଫୁଲବାଣୀ : ସୂଚନା ଓ ଲୋକସଂପର୍କ ବିଭାଗ ଉପ-ନିର୍ଦ୍ଦେଶକ,ଦକ୍ଷିଣାଞ୍ଚଳ, ବ୍ରହ୍ମପୁର ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଚଳିତ ମାସ ୧ ତାରିଖରୁ ତାଙ୍କ ଅଧିନରେ ଥିବା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ କରୁଛନ୍ତି । ଏହି କ୍ରମରେ ଶ୍ରୀ ମହାପାତ୍ର ଆଳି କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଜିଲ୍ଲା ସ୍ତରୀୟ ଏମ୍.ସି.ଏମ୍.ସି. ସେଲ୍ ପରିଦର୍ଶନ କରିଥିଲେ। କାର୍ଯ୍ୟାଳୟର ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୮ ଥିବାବେଳେ ଏବେ ମାତ୍ର ୬ ଜଣ କାର୍ଯ୍ୟ କରୁଛନ୍ତି । ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଜିଲ୍ଲାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀଗୁଡ଼ିକ ନିର୍ବାଚନ ପରେ ପରେ ପୂରଣ କରାଯିବ ବୋଲି କହିଥିଲେ । କାର୍ଯ୍ୟାଳୟର ବିଭିନ୍ନ ଫାଇଲ୍ ଓ ରେଜିଷ୍ଟର ନିରୀକ୍ଷଣ କରିଥିଲେ । ଚଳିତ ବର୍ଷ ଆଜି ସୁଦ୍ଧା କେତେ ଅନୁଦାନ ଆସିଛି ଓ କେତେ ଖର୍ଚ୍ଚ ହୋଇଛି, କ୍ୟାସ୍ ବୁକ୍, ପ୍ରେସ୍ କ୍ଲିପି, ରିଲିଜ୍ ହୋଇଥିବା ସମ୍ବାଦ,ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ବିକ୍ରି,ସୂଚନା କେନ୍ଦ୍ର ଓ ପାଠାଗାରର ବହି ସଂଖ୍ୟା, ଶ୍ରାବ୍ୟ ଦୃଶ୍ୟ ଶାଖା, ଅଡିଟ୍ ପାରା ପୋଷ୍ଟୋଜ୍ ଷ୍ଟାମ୍ପ୍ ହିସାବ ଖାତା ଇତ୍ୟାଦି ନିରୀକ୍ଷଣ କରିଥିଲେ । ସେହିପରି ସୂଚନା ଅଧିକାରୀ ଆଇନ୍, ଇଣ୍ଡେକ୍ସ ରେଜିଷ୍ଟର, ଆଦି ନିରୀକ୍ଷଣ କରିବା ସହିତ ଅବ୍ୟବହୃତ ମାଟେରିଆଲ୍, ଦୃଶ୍ୟ ଶ୍ରାବ୍ୟ ଶାଖାର ନଷ୍ଟ ହୋଇଯାଇଥିବା ଯନ୍ତ୍ରପାତି ଗୁଡ଼ିକୁ କମିଟି ଗଠନ କରି ନିଲାମ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟ ପାଇଁ ଇନ୍ଭର୍ଟର, ପାଇପ୍ ଲାଇନ୍ ସଂଯୋଗ, ଏ.ସି. ସଂଯୋଗ ପାଇଁ ପ୍ରସ୍ତାବ ଦେବାକୁ ଉପ-ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥୁଲେ ।
Sign in
Sign in
Recover your password.
A password will be e-mailed to you.